କଣ୍ଟାବାଞ୍ଜି ବନାଞ୍ଚଳ ପକ୍ଷରୁ ଭାଲୁଖାଇ ଗ୍ରାମଠାରେ ବନ ମହୋତ୍ସବ ପାଳିତ

ବେଲପଡା, (ଭୋଜରାଜ ଦଣ୍ଡସେନା) : ଆଜି ବଲାଙ୍ଗିର ଜିଲ୍ଲାର ବେଲପଡା ଅନ୍ତର୍ଗତ ଭାଲୁଖାଇ ଗ୍ରାମଠାରେ କଣ୍ଟାବାଞ୍ଜି ବନାଞ୍ଚଳ ଦ୍ୱାରା ବନ ମହୋତ୍ସବ ପାଳନ କରାଯାଇଛି । ଏହି ବନ ମହୋତ୍ସବରେ ମୁଖ୍ୟ ଅତିଥି ଭାବରେ ସରପଞ୍ଚ ଶ୍ରୀମତୀ ନିର୍ମା ନାଗ ଯୋଗଦାନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ବ୍ଲକ ଉପାଧ୍ୟକ୍ଷ ଦୁର୍ଯ୍ୟୋଧନ କୁମ୍ଭାର ଓ ସମିତି ସଭ୍ୟ ପ୍ରଦୀପ କୁମାର ଯୋଗଦାନ କରିଥିଲେ । ଅତିଥିମାନେ ନିଜ ବହୁମୂଲ୍ୟ ବକ୍ତବ୍ୟ ପ୍ରଦାନ କରିଥିଲେ । ଶେଷରେ ବୃକ୍ଷ ରୋପଣ କରାଯିବା ସହ ଜଙ୍ଗଲକୁ କିପରି ସୁରକ୍ଷା କରିବା, ନିଆଁ ଦାଉରୁ ରକ୍ଷା କରିବା ଓ ଜଙ୍ଗଲ ରହିଲେ ଆମେ ବଞ୍ଚିବା ଆଦି ସଚେତନତା ବାର୍ତ୍ତା ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ କଣ୍ଟାବାଞ୍ଜି, ତୁରେକେଲା, ମହୁଲପାଟି, ଲାଠୋର, ବନ ବିଭାଗର ସମସ୍ତ କର୍ମଚାରୀ ଯୋଗଦାନ କରିଥିଲେ ।

Leave A Reply

Your email address will not be published.