କନ୍ଧପାଲିପଡା ବନ୍ଧର ପୁନଃ ଉଦ୍ଧାରକୁ ନେଇ ଜଳ ସତ୍ୟାଗ୍ରହ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି କନ୍ଧପାଲିପଡା ବନ୍ଧ ଭିତରେ ବଲାଙ୍ଗିର କ୍ରିୟାନୁଷ୍ଠାନ କମିଟି, ପଡାବାସୀ ଓ କଂଗ୍ରେସ ଦଳ ପକ୍ଷରୁ ବନ୍ଧର ପୁନଃ ଉଦ୍ଧାରକୁ ନେଇ ଜଳ ସତ୍ୟାଗ୍ରହ ଆନ୍ଦୋଳନ ଆପଣାଯାଇଥିବା ଦେଖିବାକୁ ମିଳିଛି । ଏହି ବନ୍ଧର ପାଣି ଉପରେ ତିନୋଟିରୁ ଚାରୋଟି ପଡାବାସୀ ନିର୍ଭର କରୁଥିବା ବେଳେ ପୂର୍ବରୁ ଏହି ବନ୍ଧର ପାଣି ଏତେ ପରିଷ୍କାର ଥିଲା ଯେ, ପିଇବା ପାଣି ଭାବେ ଏହି ବନ୍‌ଧର ପାଣିକୁ ବ୍ୟବହାର କରୁଥିଲେ ଲୋକେ । କିନ୍ତୁ ଏବେ ଏହି ବନ୍ଧକୁ ସିଧାସଳଖ ଡ୍ରେନ ପାଣି ପଶୁଥିବା ବେଳେ ପଙ୍କ, ପଦ୍ମ ପତ୍ର ତଥା ଅନାବନା ଘାସରେ ଭର୍ତ୍ତି ହୋଇଥିବା ଦେଖିବାକୁ ମିଳିଛି । ଏପରିକି ଏହି ବନ୍ଧର ଦୁର୍ଗନ୍ଧରେ ଫାଟିପଡ଼ୁଛି ଅଂଚଳ । ଏହି ବନ୍ଧର ତୁରନ୍ତ ପୁନଃ ଉଦ୍ଧାର କରାନଗଲେ ଆଗାମୀ ସମୟରେ ଘନଘୋର ଆନ୍ଦୋଳନ କରାଯିବ ବୋଲି ଆନ୍ଦୋଳନକାରୀମାନେ ଚେତାବନୀ ଦେଇଛନ୍ତି ।

Leave A Reply

Your email address will not be published.