csstore

ସତ୍ୟବାଦୀ ଯୁଗ ସାହିତ୍ୟର ମୂଳ ଆଭିମୁଖ୍ୟ ଥିଲା ଜାତୀୟ ଚରିତ୍ର ଗଠନ : ଡ.ସଚିତ୍ରା ମହାନ୍ତି

ରାଉରକେଲା, (ସସ୍ମିତା ପ୍ରଧାନ) : ଜାତୀୟ ଚେତନା ଓ ଉତ୍କଳ ଭୂମି ପ୍ରତି ମମତ୍ୱବୋଧ ଭାବନାରୁ ସୃଷ୍ଟି ନେଇଥିଲା ଓଡ଼ିଆ ସାହିତ୍ୟର ସତ୍ୟବାଦୀ ଯୁଗ । ଏହି ଯୁଗର, ମୂଳ ଆଭିମୁଖ୍ୟ ଥିଲା ଜାତୀୟ ଚରିତ୍ର ଗଠନ । ସତ୍ୟବାଦୀ ଯୁଗର ସହିତ୍ୟ ଥିଲା ଜାତୀୟ ଚରିତ୍ର ଗଠନ । ସତ୍ୟବାଦୀ ସହିତ୍ୟ ଥିଲା ମାନବିକତାର ସହିତ, ତ୍ୟାଗର ସହିତ, ବିଶ୍ ଭାତୃତ୍ୱ ସାହିତ୍ୟ ଏହି ସମୟରେ ବିଭିନ୍ନ ଜାତି ଓ ହିନ୍ଦୁ ଚେତନାର ବନ୍ଦନା କରାଯାଇଛି । ଉତ୍କଳମଣି ଗୋପବନ୍ଧୁ ଦାସ ଓ ତାଙ୍କ ପ୍ରତିଷ୍ଠିତ ବନବିଦ୍ୟାଳୟର ଆଦର୍ଶ ସତ୍ୟବାଦୀ କାବ୍ୟ କବିତାରେ ନୂତନ ଦିଗନ୍ତ ସୃଷ୍ଟି କରିବା ସହିତ ତାଙ୍କ ସହକର୍ମୀଙ୍କ ସହଯୋଗରେ କୁସଂସ୍କାର ବିରୁଦ୍ଧରେ ସ୍ୱର ଉତ୍ତୋଳନ କରାଯାଇଛି ସାହିତ୍ୟ ମାଧ୍ୟମରେ । ସତ୍ୟବାଦୀ ଯୁଗ ସାହିତ୍ୟରେ ଦେଖିବାକୁ ମିଳେ ନୂତନ ଆଶା, ଉନ୍ମାଦନା, ଉଦ୍ଦୀପନା, ନୀତିବାଦ ଓ ଆଦର୍ଶବାଦର ପ୍ରଚାର ଓ ପ୍ରସାର, ଏହା ଥିଲା ସୁନ୍ଦରଗଡ଼ ଜିଲ୍ଲା ଲେଖକ ସାମ୍ମୁଖ୍ୟର ମାସିକ ସାହିତ୍ୟ ଆଲୋଚନା ଚକ୍ରରେ ମୁଖ୍ୟବକ୍ତା ଡ.ସଚିତ୍ରା ମହାନ୍ତିଙ୍କ ବକ୍ତବ୍ୟ । କବି ସୁଶାନ୍ତ କୁମାର ନାୟକଙ୍କ ଆବାହକତ୍ୱ ତଥା କଥାକାର ଓ ସ୍ତମ୍ଭକାର ଭୂପେନ ମହାପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଆସରରେ ରଶ୍ମିବାଳା ରାଉତରାୟ ମଞ୍ଚ ପରିଚାଳନା କରିଥିଲେ, ଦ୍ୱିତୀୟ ପର୍ଯ୍ୟାୟରେ କବି ତଥା ଶିକ୍ଷୟିତ୍ରୀ ନିରୁପମା ପତି ଏବଂ ବିଜୟିନୀ ଜେନାଙ୍କ ସଂଯୋଜନାରେ ଏକ ମନୋଜ୍ଞ କବିତା ଆସର ଆୟୋଜିତ ହୋଇଥିଲା । ସୁପ୍ତି କର ଗଳ୍ପ ପାଠ କରିଥିଲା ବେଳେ ଗୋଉତମ ଦାସ, କରୁଣାକର ପାଟ୍ଟଶାଣୀ, ପ୍ରତାପ ପଣ୍ଡା, ବବି ମହାଳିକ, ଗୀତାରାଣୀ ବେହେରା, ମିନକେତନ ପଶାୟତ, ଅଜୟ ମହାନ୍ତି, ଅର୍ଚ୍ଚନା ପାତ୍ର, ସାର୍ଥକ ସାହୁ ଆଦି କୋଡ଼ିଏ ଜଣ କବି କବିତା ପାଠ କରିଥିଲେ । କବିତା ଆସରରେ କବି ତାରିଣୀ ସାହୁ ସଭାପତିତ୍ୱ କରିଥିବା ବେଳେ ସାଂସ୍କୃତିକା ସମ୍ପାଦିକା ନିରୁପମା ପତି ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।

jayashree
Leave A Reply

Your email address will not be published.