csstore

ନିଆରା ଢଙ୍ଗରେ ଜନ୍ମଦିନ ପାଳନ କଲେ ଉମାକାନ୍ତ ବେହେରା

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ସମାଜକୁ ସଚେତନତା ବାର୍ତ୍ତା ଦେଇ ପରିବେଶକୁ ସବୁଜ ସୁନ୍ଦର କରି ଗଢି ତୋଳିବା ପାଇଁ ନିଜ ଜନ୍ମ ଦିବସକୁ ନିଆରା ଢଙ୍ଗରେ ପାଳନ କରିଛନ୍ତି ଓଡିଶା ସମ୍ବାଦିକ ସଙ୍ଘର ଗଞ୍ଜାମ ଜିଲ୍ଲା କାର୍ଯ୍ୟକାରୀ ସଭାପତି ଉମାକାନ୍ତ ବେହେରା । ଗଞ୍ଜାମ ମହାବିଦ୍ୟାଳୟ ପରିସରରେ ବାଦାମ, ବଉଳ ଏପରିକି ବିଭିନ୍ନ କିଷମର ଚାରା ରୋପଣ କରାଯାଇଥିଲା । କଲେଜର ରାଜନୈତିକ ବିଭାଗ ପ୍ରାଧ୍ୟାପକ ଅମର ପ୍ରସାଦ ବିଶୋଇ, ପୌରଯନ୍ତ୍ରୀ ନୀଳକଣ୍ଠ ସୁନ୍ଦରରାୟ, ଶିକ୍ଷାବିତ ଗୋପାଳ ଚନ୍ଦ୍ର ବେହେରା, ୧୨ ୱାର୍ଡ କାଉନସିଲର ପି. ଚନ୍ଦ୍ର ଶେଖର ପ୍ରମୁଖ ବିଶିଷ୍ଠ ବ୍ୟକ୍ତି ବିଶେଷ ଯୋଗଦେଇ ଚାରାରୋପଣ କରିରି ଉକ୍ତ ମହତ କାର୍ଯ୍ୟକୁ ଉଚ୍ଚ ପ୍ରଶଂସା କରିଥିଲେ । ବିଶ୍ୱବାସୀ ବୃକ୍ଷ ରୋପଣ କରିବା ନେଇ ଯତ୍ନବାନ ହେଲେ ପରିବେଶ ସନ୍ତୁଳନ ହୋଇ ସୁସ୍ଥ ମାନବ ସମାଜ ଗଠନ ହୋଇପାରିବ ବୋଲି ମତ ପ୍ରକାଶ ପାଇଥିଲା । ଦୀପକ କୁମାର ବେହେରା, ପ୍ରସାଦ କୁମାର ବେହେରା, ସୁକାନ୍ତ କୁମାର ବେହେରା ଉକ୍ତ କାର୍ଯ୍ୟକ୍ରମର ସୁପରିଚାଳନାରେ ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.