ସାଇବର ଠକେଇ ଅଭିଯୋଗରେ ବରକୁ ଘରୁ ଉଠାଇ ଆଣିଲା ପୋଲିସ

ବାଲେଶ୍ୱର : ସାଇବର ଠକେଇ ଅଭିଯୋଗରେ ବରକୁ ଘରୁ ପୋଲିସ ଉଠାଇ ଆଣିଛି । ଅଭିଯୁକ୍ତ ଜଣକ ହେଉଛନ୍ତି ବାଲେଶ୍ୱରର ଅନିଲ ହେମ୍ବ୍ରମ । ବାହାଘର ଉତ୍ସବ ଚାଲିଥିବା ବେଳେ ବରକୁ ସାଇବର ଠକେଇ ଅଭିଯୋଗରେ ସାଇବର ଥାନା ପୋଲିସ ଗିରଫ କରିଥିବା ବେଳେ ସାରା ଅଂଚଳରେ ଏହି ଘଟଣା ଚହଳ ସୃଷ୍ଟି କରିଛି । ମିଳିଥିବା ସୂଚନା ଅନୁସାରେ ୧୪ ଲକ୍ଷ ଟଙ୍କା ସାଇବର ଠକେଇ ଅଭିଯୋଗରେ ଅନିଲକୁ ଗିରଫ କରିଛି ଭୁବନେଶ୍ୱର ସାଇବର ଥାନା ପୋଲିସ । ଗତ କିଛି ଦିନ ତଳେ ପୋଲିସ ଅନିଲର ୪ ଜଣ ସହଯୋଗୀଙ୍କୁ ଗିରଫ କରିଥିବା ବେଳେ ସାଇବର ପୋଲିସ ସଂପୃକ୍ତି ଥିବା ଜାଣି ଅନିଲକୁ ଗିରଫ୍‌ କରିଛି । ଅନିଲ ନିକଟରୁ ୫ରୁ ଅଧିକ ମୋବାଇଲ ଜବତ କରାଯିବା ସହ ୭ଟି ଆକାଉଣ୍ଟ ଫ୍ରିଜ କରାଯାଇଥିବା ସୂଚନା ମିଳିଛି ।

Leave A Reply

Your email address will not be published.