pr

ଓମ୍‌ ଶାନ୍ତି ଯୋଗପୀଠରେ ଯୋଗ ଦିବସ ପାଳନ

dr. purohit

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ରାଜେନ୍ଦ୍ର ପାର୍କଠାରେ ସକାଳ ଘ.୬ ସମୟରେ ଓମ୍‌ ଶାନ୍ତି ଯୋଗପୀଠ ଦ୍ୱାରା ଆର୍ନ୍ତଜାତୀୟ ଯୋଗ ଦିବସ ପାଳନ ହୋଇଯାଇଛି । ସଭାପତି ନାରାୟଣ ପାଢୀଙ୍କ ସଭାପତିତ୍ୱରେ ସଭାକାର୍ଯ୍ୟ ଆରମ୍ଭ କରାଗଲା । ସଭାପତି ତାଙ୍କ ଅଭିଭାଷଣରେ ସମସ୍ତଙ୍କୁ ମନେ ପକାଇଥିଲେ ଯେ, ଦୀର୍ଘ ୯ ବର୍ଷ ହେଲା ସାରା ବିଶ୍ୱରେ ଏହି ଦିନକୁ ଯୋଗ ଦିବସ ହିସାବରେ ପାଳନ କରାଯାଉଛି । ସଂପାଦକ ଚୁଡେନ୍ଦ୍ର କୁମାର ବେହେରା ସମସ୍ତ ସଭ୍ୟଙ୍କୁ ସକାଳେ ଠିକ୍‌ ସମୟରେ ଯୋଗ କେନ୍ଦ୍ରରେ ଉପସ୍ଥିତ ରହି ଯୋଗ କରିବା ପାଇଁ ନିବେଦନ କରିଥିଲେ ଏବଂ ଯୋଗଗୁରୁ ବିନୟ କୁମାର ମିଶ୍ରଙ୍କୁ ଉପସ୍ଥିତ ସମସ୍ତ ସଭ୍ୟଙ୍କୁ ଯୋଗଶିକ୍ଷା ଦାନ କରିବା ପାଇଁ ଅନୁରୋଧ କରିଥିଲେ । ଏହି କାର୍ଯ୍ୟକ୍ରମକୁ ସଫଳ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ଚିତ୍ତ ରଂଜନ ପଟେଲ, ମଦନ ମୋହନ ଅଗ୍ରୱାଲ, ଦାମୋଦର ହୋତା, ବିରେନ୍ଦ୍ର କୁମାର ବନ୍‌ଛୋର, ବିଧୁଭୂଷଣ ତ୍ରିପାଠୀ, ନବକୃଷ୍ଣ ସାହୁ, ବିଜୟ କୁମାର ବାଗ, ସୁରେନ୍ଦ୍ର ସିଂ, ସତ୍ୟାନନ୍ଦ ସାହୁ, ତ୍ରିଲୋଚନ ଦାଶ, ମନୋରଂଜନ ମିଶ୍ର, ଦେବୀ ପ୍ରସାଦ ଅଗ୍ରୱାଲ, ସୁଦାମ ପ୍ରସାଦ ଅଗ୍ରୱାଲ, ଚନ୍ଦ୍ର ପ୍ରକାଶ ଅଗ୍ରୱାଲ, ପ୍ରକାଶ କେଜ୍ରିୱାଲ, ପ୍ରମୋଦ ଗୁରୁ, ଜଗଦିଶ ପ୍ରସାଦ ଅଗ୍ରୱାଲ, ବିଜୟାନନ୍ଦ ମିଶ୍ର, ଅରୁପ କୁମ୍ଭାର, ଭିକାରୀ ସୁନା, ସୁବାଷ ଜେନା, ରାଜ କିଶୋର ସାହୁ, ସୀତାରାମ କୁମ୍ଭାର । ଶେଷରେ ସତ୍ୟନାରାୟଣ ନାଏକ ଟ୍ରେଜେରର ଉପସ୍ଥିତ ସମସ୍ତ ସଭ୍ୟଙ୍କୁ ଧନ୍ୟବାଦ ଦେଇଥିଲେ ଓ ସଭାପତି ସଭାକାର୍ଯ୍ୟକୁ ସାଙ୍ଗ କରିଥିଲେ ।

nrusinghnath
Leave A Reply

Your email address will not be published.