pr

ବିଶ୍ୱାତ୍ମ ବିଦ୍ୟା ମନ୍ଦିର, ବଲାଙ୍ଗିରଠାରେ ଆନ୍ତଃ ବିଦ୍ୟାଳୟରେ ତ୍ରିଦିବସୀୟ ଶିକ୍ଷକ ପ୍ରଶିକ୍ଷଣ ଏବଂ ବ୍ୟକ୍ତିତ୍ୱ ପରିମାର୍ଜନ ଶିବିର ଉଦ୍‌ଯାପିତ

dr. purohit

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବିଶ୍ୱାତ୍ମ ବିଦ୍ୟା ମନ୍ଦିର, ଆନନ୍ଦ ନିକେତନ, ଖୁଜେନପାଲି, ବଲାଙ୍ଗିରଠାରେ ଆନ୍ତଃ ବିଦ୍ୟାଳୟ ତ୍ରିଦିବସୀୟ ଶିକ୍ଷକ ପ୍ରଶିକ୍ଷଣ ଏବଂ ବ୍ୟକ୍ତିତ୍ୱ ପରିମାର୍ଜନ ଶିବିର ବିଶ୍ୱାତ୍ମ ବିଦ୍ୟାମନ୍ଦିରର ପ୍ରତିଷ୍ଠାତା ପୂଜ୍ୟପାଦ ସ୍ୱାମୀ ସତ୍ୟପ୍ରଜ୍ଞାନନ୍ଦ ସରସ୍ୱତୀଜୀ ମହାରାଜଙ୍କ ଦିବ୍ୟ ଉପସ୍ଥିତିରେ ଉଦ୍‌ଯାପିତ ହୋଇଯାଇଛି । କାର୍ଯ୍ୟକ୍ରମର ପ୍ରାରମ୍ଭରେ ବିଶ୍ୱାତ୍ମ ବିଦ୍ୟାମନ୍ଦିର, ବଲାଙ୍ଗିରର ପ୍ରଧାନ ଆଚାର୍ଯ୍ୟ ତରୁଣ କୁମାର ତ୍ରିପାଠୀ ସ୍ୱାଗତ ସମ୍ଭାଷଣ ପ୍ରଦାନ କରିଥିବା ବେଳେ ବିଶ୍ୱାତ୍ମ ବିଦ୍ୟାମନ୍ଦିର, ବଲାଙ୍ଗିରର ଚେୟାରମ୍ୟାନ ଗଜେନ୍ଦ୍ର ତ୍ରିଭୂବନଦାସ ଭମ୍ମର, ବିଶ୍ୱାତ୍ମ ଚେତନା ପରିଷଦର ସାଧାରଣ ସମ୍ପାଦକ ସ୍ୱାମୀ ସତ୍ୟବେଦାନନ୍ଦ ସରସ୍ୱତୀଜୀ, ବିଦ୍ୟାମନ୍ଦିରର ସମ୍ପାଦକ ନବୀନ କୁମାର ବେଦବାକ୍‌, ନିର୍ଦ୍ଦେଶିକା ମା’ ଶ୍ରଦ୍ଧାମୂର୍ତ୍ତି, ତଥା ପ୍ରଶିକ୍ଷଣ ଶିବିରର ସଂଯୋକକ ଚନ୍ଦ୍ର କୁମାର ପୁରୋହିତ ସମସ୍ତ ପ୍ରଶିକ୍ଷାର୍ଥୀମାନଙ୍କୁ ମାର୍ଗଦର୍ଶନ କରିଥିଲେ । ଏହି ପ୍ରଶିକ୍ଷଣ ଶିବିରରେ ସବୁଦିନ ସାନ୍ଧ୍ୟ ସତ୍ରରେ ପୂଜ୍ୟପାଦ ସ୍ୱାମୀଜୀ ମହାରାଜ ସମସ୍ତ ପ୍ରଶିକ୍ଷାର୍ଥୀମାନଙ୍କୁ ଶିକ୍ଷାଦାନର ବିଭିନ୍ନ ଦିଗ ଉପରେ ମାର୍ଗଦର୍ଶନ କରିଥିଲେ । ଏହି ଅବସରରେ ବଲାଙ୍ଗିର, ସାହାଜବାହାଲ, ଡୁଙ୍ଗୁରିପାଲି, ସମ୍ବଲପୁର ବିଶ୍ୱାତ୍ମ ବିଦ୍ୟାମନ୍ଦିରରରୁ ଆସିଥିବା ଆଚାର୍ଯ୍ୟ-ଆଚାର୍ଯ୍ୟାମାନେ ତିନଦିନ ଧରି ବିଭିନ୍ନ ଶୈକ୍ଷିକ ବିଷୟ ସଂଦର୍ଭରେ ସାଧନ କର୍ମଚାରୀମାନଙ୍କ ଦ୍ୱାରା ବିଭିନ୍ନ ସତ୍ରରେ ପ୍ରଶିକ୍ଷଣ ଗ୍ରହଣ କରିଥିଲେ । ଶେଷରେ ସମସ୍ତ ପ୍ରଶିକ୍ଷାର୍ଥୀମାନଙ୍କୁ ସାର୍ଟିଫିକେଟ୍‌ ପ୍ରଦାନ କରାଗଲା ।

nrusinghnath
Leave A Reply

Your email address will not be published.