ଗଞ୍ଜାମ ଜିଲ୍ଲାସ୍ତରୀୟ ସମିତିସଭ୍ୟ ସଭ୍ୟାଙ୍କ ସମ୍ମିଳନୀ ଏବଂ ନୂତନ କର୍ମକର୍ତ୍ତା ଚୟନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାସ୍ତରୀୟ ସମିତିସଭ୍ୟ ସଭ୍ୟାଙ୍କ ସମ୍ମିଳନୀ ଏବଂ ନୂତନ କର୍ମକର୍ତ୍ତା ଚୟନ ହୋଇଛି । ଗତକାଲି ଛତ୍ରପୁରଠାରେ ଅନୁଷ୍ଠିତ ଏହି ସମସ୍ତ ସଭ୍ୟସଭ୍ୟାଙ୍କ ବିଭିନ୍ନ ସମସ୍ୟା ଉପରେ ଆଲୋଚନା ଏବଂ ନୂତନ କର୍ମକର୍ତ୍ତା ଗଠନ ହୋଇଛି । ତୃଣମୂଳ ସ୍ତରରେ ଗଠିତ ଏହି ଜିଲ୍ଲା ସଂଗଠନର ସଭାନେତ୍ରୀ ଦାୟିତ୍ୱରେ ରହିଲେ ବୁଗୁଡ଼ା ବ୍ଲକ୍ ଅଧ୍ୟକ୍ଷା ପ୍ରିୟଦର୍ଶିନୀ ଆଚାର୍ଯ୍ୟ ଏବଂ ସାଧାରଣ ସମ୍ପାଦକ ଭାବେ ଗଣ୍ଡଳା ସମିତି ସଭ୍ୟ ପ୍ରଶାନ୍ତ କୁମାର ସାହୁ ପ୍ରମୁଖ ସର୍ବସମ୍ମତି କ୍ରମେ ମନୋନୀତ ହୋଇଛନ୍ତି । ଏତଦ୍‌ ବ୍ୟତୀତ ଅନ୍ୟାନ୍ୟ ପଦବୀ ସମେତ ଉପଦେଷ୍ଟା ମଣ୍ଡଳୀ ଆଦିଙ୍କ ସହ କର୍ମକର୍ତ୍ତା ଚୟନ କରାଯାଇଛି । ବୈଠକ ସରିବା ପରେ ଗଞ୍ଜାମ ଜିଲ୍ଲାପାଳଙ୍କ ଜରିଆରେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦତ୍ତ ହୋଇଛି । ଜିଲ୍ଲାର ୨୨ଟି ବ୍ଲକର ୫୦୩ ଗ୍ରାମ ପଞ୍ଚାୟତ ସ୍ତରରୁ ପ୍ରତିନିଧିତ୍ୱ କରୁଥିବା ସମିତି ସଭ୍ୟମାନେ ଯୋଗଦେଇ ୧୦ ଦଫା ଦାବୀ ସମ୍ଵଳିତ ଦାବୀ ଉପସ୍ଥାପନା କରିଥିବା ସାଂଗକୁ ଏସମ୍ପର୍କିତ ଏକ ସ୍ମାରକପତ୍ର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପ୍ରଦତ୍ତ ହୋଇଛି ।

Leave A Reply

Your email address will not be published.

error: Content is protected !!