centurian jitm

ସମ୍ଭାବ୍ୟ ବିପର୍ଯ୍ୟୟ ପରିଚାଳନା ପାଇଁ ଜିଲ୍ଲାସ୍ତରୀୟ ଟେବଲ ଟପ କର୍ମଶାଳା : ଉତ୍ତମ ସମନ୍ଵୟ ରଖି ବିପର୍ଯ୍ୟୟର ମୁକାବିଲା ଉପରେ ଗୁରୁତ୍ଵାରୋପ

nschool

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ପୂର୍ବାହ୍ନରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଜିଲ୍ଲା ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଓ ଜିଲ୍ଲା ଜରୁରୀକାଳୀନ ବିଭାଗ ଆନୁକୂଲ୍ୟରେ ସମ୍ଭାବ୍ୟ ବିପର୍ଯ୍ୟୟ ପରିଚାଳନା ପାଇଁ ଜିଲ୍ଲାସ୍ତରୀୟ ଟେବଲ ଟପ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି କର୍ମଶାଳାରେ ଅତିରିକ୍ତ ଜିଲ୍ଲାପାଳ ଲମ୍ବୋଦର ଧରୁଆ ଅଧ୍ୟକ୍ଷତା କରି ଜିଲ୍ଲାରେ ସମ୍ଭାବ୍ୟ ବିପର୍ଯ୍ୟୟର ମୁକାବିଲା ଓ ପରିଚାଳନା ନିମନ୍ତେ ସମସ୍ତ ବିଭାଗୀୟ ଅଧିକାରୀ ଓ କ୍ଷେତ୍ର କର୍ମଚାରୀ ମାନେ ସଜାଗ ଓ ପ୍ରସ୍ତୁତ ହୋଇ ରହିବା ସହ ଉତ୍ତମ ସମନ୍ଵୟ ରଖି ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା କରିବାକୁ ପରାମର୍ଶ ଦେଇଥିଲେ । ଏହି କର୍ମଶାଳାରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୁରେଶ କୁମାର ନାଏକ, ଜିଲ୍ଲା ସହରାଞ୍ଚଳ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ସୁଦର୍ଶନ ସୋଏ, ଓଡିଶା ରାଜ୍ୟ ବିପର୍ଯ୍ୟୟ ପ୍ରଶମନ କର୍ତୃପକ୍ଷରୁ ଆସିଥିବା ରାଜ୍ୟ ପର୍ଯ୍ୟବେକ୍ଷକ ପ୍ରଭୂଦତ୍ତ ପାଢୀଙ୍କ ସମେତ ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ, ଅଗ୍ନିଶମ ସେବା, ଟେଲିକମ ଏବଂ ଓଡ୍ରାଫର ଅଧିକାରୀମାନେ ଉପସ୍ଥିତ ଥିଲେ । ଜିଲ୍ଲାସ୍ତରୀୟ ଅଧିକାରୀମାନେ ନିଜ ନିଜ ବିଭାଗର ସମ୍ଭାବ୍ୟ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ଓ ସୁପରିଚାଳନା ପାଇଁ ପ୍ରାକ ପ୍ରସ୍ତୁତି ଓ ବିପର୍ଯ୍ୟୟ ପୂର୍ବବର୍ତ୍ତୀ, ବିପର୍ଯ୍ୟୟକାଳୀନ ଓ ବିପର୍ଯ୍ୟୟ ପରବର୍ତ୍ତୀ ପଦକ୍ଷେପ ଉପରେ ଆଲୋଚନା କରିଥିଲେ । ଜିଲ୍ଲାରେ ସମ୍ଭାବ୍ୟ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ପାଇଁ ସମସ୍ତ ବିଭାଗ ପ୍ରସ୍ତୁତ ରହି କିଭଳି ଭାବେ କ୍ଷୟକ୍ଷତି କମାଇ ପାରିବେ ଏବଂ ସଠିକ୍‌ ସମୟରେ ସଠିକ୍‌ ପଦକ୍ଷେପ ଗ୍ରହଣ କରି ପାରିବେ ସେ ସମ୍ପର୍କରେ ଆଲୋକପାତ କରିଥିଲେ । ଜିଲ୍ଲା କୃଷି ବିଭାଗ, ସ୍ୱାସ୍ଥ୍ୟ ବିଭାଗ, ପ୍ରାଣୀ ସମ୍ପଦ ବିଭାଗ, ବିଦ୍ୟୁତ ବିଭାଗ ଓ ଜଳସେଚନ ବିଭାଗ ଜିଲ୍ଲାର ସମ୍ଭାବ୍ୟ ବନ୍ୟା ମୁକାବିଲା ଉପରେ ତାଙ୍କ ବିଭାଗର ଭୂମିକା ଉପରେ ଆଲୋଚନା କରିଥିଲେ । ଏହି କର୍ମଶାଳାରେ ସମ୍ଭାବ୍ୟ ବିପର୍ଯ୍ୟୟର ମୁକାବିଲା ଓ ପରିଚାଳନା ଦିଗରେ ଅଗ୍ନିଶମ, ପୋଲିସ ଏବଂ ଓଡ୍ରାଫର ଭୂମିକା ସମ୍ପର୍କରେ ବିଭାଗୀୟ ଅଧିକାରୀ ମାନେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ । ଜିଲ୍ଲା ଜରୁରୀକାଳୀନ ଅଧିକାରୀ ଶୁଭସ୍ମିତା ମିଶ୍ର ବିପର୍ଯ୍ୟୟ ପରିଚାଳନା ପାଇଁ ଟେବଲ ଟପ କର୍ମଶାଳାର ଆବଶ୍ୟକତା ଉପରେ ଆଲୋଚନା କରିବା ସହ ସମ୍ଭାବ୍ୟ ବିପର୍ଯ୍ୟୟର ମୁକାବିଲା ଓ ସୁପରିଚାଳନା ନିମନ୍ତେ ସମସ୍ତ ବିଭାଗୀୟ ଅଧିକାରୀମାନେ ପ୍ରସ୍ତୁତ ରହିବାକୁ ପରାମର୍ଶ ଦେଇଥିଲେ ଓ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ସେହିପରି ଆଜି ଅପରାହ୍ନରେ ଜିଲ୍ଲାର ସମସ୍ତ ୧୪ ଗୋଟି ବ୍ଲକ ଓ ୨ ଗୋଟି ପୌର ପରିଷଦ ଏବଂ ୦୩ ଗୋଟି ଏନ୍‌ଏସିରେ ବ୍ଲକ ଓ ପୌର ପରିଷଦ ଏବଂ ଏନ୍‌ଏସିର ଅଧିକାରୀ ଓ କର୍ମଚାରୀମାନଙ୍କ ଉପସ୍ଥିତିରେ ଟେବଲ ଟପ କର୍ମଶାଳା ଆୟୋଜିତ ହୋଇଯାଇଛି । ଏହି ବ୍ଲକ ଓ ପୌର ପରିଷଦ ଏବଂ ଏନ୍‌ଏସିସ୍ତରୀୟ କର୍ମଶାଳାକୁ ତଦାରଖ କରିବା ସକାଶେ ଜିଲ୍ଲାସ୍ତରୀୟ ଅଧିକାରୀମାନଙ୍କୁ ଜିଲ୍ଲାପାଳଙ୍କ ଦ୍ଵାରା ଦାୟିତ୍ଵ ପ୍ରଦାନ କରାଯାଇଥିଲା ।

Leave A Reply

Your email address will not be published.