ବରଗଡ଼ରେ ଗୁଜୁରାଟୀ ସମାଜ ମନ୍ଦିରରେ ବିଶ୍ୱ କଲ୍ୟାଣ ପାଇଁ ରୁଦ୍ରାଭିଷେକ ଓ ଚଣ୍ଡିପାଠ

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ର ଥାନାଛକ ନିକଟ ଗୁଜୁରାଟୀ ସମାଜ ମନ୍ଦିରରେ ବୀଣାପାଣି ଜ୍ୟୋତିଷ ଅନୁଷ୍ଠାନ ଦ୍ୱାରା ଆୟୋଜିତ ବିଶ୍ୱ କଲ୍ୟାଣ ପାଇଁ ଆଜି ରୁଦ୍ରାଭିଷେକ ଓ ଚଣ୍ଡିପାଠ ପୂଜା ହୋଇଥିଲା । ପଣ୍ଡିତ ଲିଙ୍ଗରାଜ ଦାଶ, ପଣ୍ଡିତ ଆଶୁତୋଷ ପାଣିଗ୍ରାହୀ, ପଣ୍ଡିତ ପଞ୍ଚାନନ ପଣ୍ଡା, ଗୌରଚନ୍ଦ୍ର ପାଣିଗ୍ରାହୀ, ସିଦ୍ଧେଶ୍ୱର ପାଣିଗ୍ରାହୀ, ସୌରଭ ପାଣିଗ୍ରାହୀ ଓ ମନ୍ଦିର ପୂଜକ ହର୍ଷଦ ବ୍ୟାସ ବିଶେଷ ସହଯୋଗ କରିଥିଲେ । ଏହି ଅବସରରେ ନୃସିଂହ ପଞ୍ଜିକାର ଗଣକ ପଣ୍ଡିତ ଆଶୁତୋଷ ପାଣିଗ୍ରାହୀ ବର୍ତ୍ତମାନ ଭାରତରେ ହେଉଥିବା ବିପର୍ଯ୍ୟୟ ଓ ଏହାର ସମାଧାନ କେବଳ ଚଣ୍ଡିପାଠ ଓ ବୃକ୍ଷରୋପଣ ଦ୍ଵାରା ସମ୍ଭବ ହୋଇପାରିବ ବୋଲି କହିଥିଲେ । ପରିଶେଷରେ ଉପସ୍ଥିତ ଭକ୍ତମାନଙ୍କୁ ପ୍ରସାଦ ବଣ୍ଟନ କରାଯାଇଥିଲା ।

Leave A Reply

Your email address will not be published.