ଡକ୍ଟର ଭୀମରାଓ ରାମଜୀ ଆମ୍ବେଦକରଙ୍କ ମହା ପ୍ରୟାଣ ଦିବସ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଡକ୍ଟର ଭୀମରାଓ ରାମଜୀ ଆମ୍ବେଦକରଙ୍କ ୬୫ତମ ମହା ପ୍ରୟାଣ ଦିବସ ପଦ୍ମପୁରରେ ବିଆର ଆମ୍ବେଦକର ସଂଘ ପକ୍ଷରୁ ପାଳିତ ହୋଇଯାଇଛି । ସନୁ ବାଗଙ୍କ ସଭାପତିତ୍ବରେ ପଦ୍ମପୁର ଠାରେ ଅନୁଷ୍ଠିତ ୬୫ତମ ମହା ପ୍ରୟାଣ ଦିବସରେ ବିଆର ଆମ୍ବେଦକର ସଂଘର ସଭ୍ୟବୃନ୍ଦ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟାର୍ପଣ କରି ଦୀପ ପ୍ରଜ୍ଜଳନ କରିଥିଲେ । ଏହି କାର୍ୟ୍ୟକ୍ରମରେ ପ୍ରହ୍ଲାଦ ମହାନନ୍ଦ, ଉପେନ୍ଦ୍ର ଦୀପ, ଶମ୍ଭୁ ପ୍ରସାଦ ହରିପାଲ, ଭକ୍ତ ମହାନନ୍ଦ, ଦେବରାଜ ତାଣ୍ତି ପ୍ରମୁଖ ଅଂଶଗ୍ରହଣ କରିଥିଲେ ।

Leave A Reply

Your email address will not be published.