ରୋଜଗାର ମେଳାର ଷଷ୍ଠ ପର୍ଯ୍ୟାୟରେ ୩୦୩ ଜଣଙ୍କୁ ନିଯୁକ୍ତିପତ୍ର ବିତରଣ କଲେ କେନ୍ଦ୍ରମନ୍ତ୍ରୀ

  • “ବିଶ୍ୱ ସମସ୍ୟାର ସମାଧାନ ଆପଣଙ୍କ ପାଖରେ ଅଛି, ଏପରି
    ମନୋଭାବ ନେଇ ଯୁବବର୍ଗ ସେବା କରନ୍ତୁ” : ଧର୍ମେନ୍ଦ୍ର ପ୍ରଧାନ
    • ରାଷ୍ଟ୍ରାୟତ ବ୍ୟାଙ୍କ୍ ସମୂହ, ଭାରତୀୟ ରେଳ, ଡ଼ାକ ବିଭାଗ, ଇଏସଆଇସି, ଏଏସଆଇ, ଇନକମ ଟ୍ୟାକ୍ସ, ଡିଆରଡିଓ, ଏମ୍ସ ଭୁବନେଶ୍ୱର, ଆଇଆଇଟି ଭୁବନେଶ୍ୱର ସମେତ ବିଭିନ୍ନ ବିଭାଗରେ ଜନସେବା କରିବାର ନୂଆ ଦାୟିତ୍ୱ ନେଇଛନ୍ତି
    • ରଥଯାତ୍ରାର ପବିତ୍ର ମାସରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦରେ ଜୀବନର ନୂଆ ଅଧ୍ୟାୟ ଆରମ୍ଭ କରିଥିବା ଯୁବବର୍ଗଙ୍କୁ ଶୁଭେଚ୍ଛା
    • ନବନିଯୁକ୍ତ ଯୁବକ ଯୁବତୀଙ୍କୁ ସାମାଜିକ ଓ ଲୋକମାନଙ୍କ କଲ୍ୟାଣକୁ ପ୍ରାଥମିକତା ଦେବାକୁ ପରାମର୍ଶ ଦେଲେ କେନ୍ଦ୍ରମନ୍ତ୍ରୀ
    • ଆଜି ସରକାରୀ ଚାକିରି କେବଳ ଆର୍ଥିକ ଦୃଷ୍ଟିରୁ ନୁହେଁ, ସାମାଜିକ ଦୃଷ୍ଟିରୁ ମଧ୍ୟ ମର୍ଯ୍ୟାଦାଜନକ ହୋଇଛି
    • ଓଡ଼ିଶାରେ ନିଯୁକ୍ତି ପାଉଥିବା ଯୁବବର୍ଗଙ୍କୁ ଓଡ଼ିଆ ଭାଷା ଶିଖିବା ପାଇଁ ପରାମର୍ଶ
    • ଭାରତର ମାନ୍ୟବର ମାନ୍ୟବର ରାଷ୍ଟ୍ରପତିଙ୍କୁ ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କୁ ସୁରିନାମର ସର୍ବୋଚ୍ଚ ନାଗରିକ ସମ୍ମାନରେ ସମ୍ମାନିତ କରାଯାଉଛି । ପାପୁଆ ନ୍ୟୁ ଗିନି ଗସ୍ତ କାଳରେ ସେଠାକାର ମାନ୍ୟବର ରାଷ୍ଟ୍ରପତି ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଦ ଛୁଇଁ ସ୍ୱାଗତ କରୁଛନ୍ତି
    • ଏହା କେବଳ ଆମ ଦେଶର ମାନ୍ୟବର ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କୁ ସମ୍ମାନ ଜଣାଇବାର ଆବେଗ ନ ଥିଲା ବରଂ ଏହା ଥିଲା ୧୪୦ କୋଟି ଭାରତୀୟଙ୍କ ସମ୍ମାନ

ଭୁବନେଶ୍ୱର, (ପିଆଇବି) : “ବିଶ୍ୱ ସମସ୍ୟାର ସମାଧାନ ଆପଣଙ୍କ ପାଖରେ ଅଛି, ଏପରି ମନୋଭାବ ନେଇ ଯୁବବର୍ଗ ସେବା କରନ୍ତୁ” । ମଙ୍ଗଳବାର ଭୁବନେଶ୍ୱର ଠାରେ ‘ରାଷ୍ଟ୍ରୀୟ ରୋଜଗାର ମେଳା’ର ଷଷ୍ଠ ପର୍ଯ୍ୟାୟ ଶୁଭାରମ୍ଭ କରିବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଏହି ଅବସରରେ ୩୦୩ ଜଣ ଯୁବକ ଯୁବତୀଙ୍କୁ ନିଯୁକ୍ତି ପତ୍ର ବିରତଣ କରିବା ସହ ଶ୍ରୀ ପ୍ରଧାନ କହିଛନ୍ତି ଯେ ସରକାରୀ ଚାକିରିର ନିଜସ୍ୱ ମାନ, ମର୍ଯ୍ୟାଦା ଓ ଦାୟିତ୍ୱ ଅଛି । ଆଜି ସରକାରୀ ଚାକିରି କେବଳ ଆର୍ଥିକ ଦୃଷ୍ଟିରୁ ନୁହେଁ, ସାମାଜିକ ଦୃଷ୍ଟିରୁ ମଧ୍ୟ ମର୍ଯ୍ୟାଦାଜନକ ହୋଇଛି । ସମାଜର ସାମୂହିକ ପ୍ରୟାସ ବଳରେ ଆଜି ନବନିଯୁକ୍ତ ଯୁବସାଥୀମାନେ ସେହି ମର୍ଯ୍ୟାଦାର ଅଧିକାରୀ ହେଲେ ଓ ତାଙ୍କ ଦାୟିତ୍ୱ ମଧ୍ୟ ବଢିଲା । ସେମାନେ ନିଜ ନିଜ ପଦବୀରେ ରହି ସାମାଜିକ ଓ ଲୋକମାନଙ୍କ କଲ୍ୟାଣକୁ ପ୍ରାଥମିକତା ଦେବା ଦରକାର।

ଆଜି ଦେଶର ଲୋକପ୍ରିୟ ପ୍ରଧାନମନ୍ତ୍ରୀଙ୍କ ଠାରୁ ୭ଠ ହଜାରରୁ ଅଧିକ ଯୁବକ ଯୁବତୀମାନେ ବିଭିନ୍ନ ସରକାରୀ ବିଭାଗରେ କାମ କରିବା ପାଇଁ ରୋଜଗାର ପତ୍ର ପାଇଛନ୍ତି । ଏହା ଆମ ଦେଶ ପାଇଁ ଗର୍ବ ଓ ଗୌରବର ଉପଲବ୍ଧି । ରଥଯାତ୍ରାର ପବିତ୍ର ମାସରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦରେ ଜୀବନର ନୂଆ ଅଧ୍ୟାୟ ଆରମ୍ଭ କରିଥିବା ଯୁବବର୍ଗଙ୍କୁ ଶୁଭେଚ୍ଛା ଜଣାଉଛି । ଓଡ଼ିଶାରେ ନିଯୁକ୍ତି ପାଇଥିବା ଦକ୍ଷ ଯୁବସାଥୀମାନେ ରାଷ୍ଟ୍ରାୟତ ବ୍ୟାଙ୍କ୍ ସମୂହ, ଭାରତୀୟ ରେଳ, ଡ଼ାକ ବିଭାଗ, ଇଏସଆଇସି, ଏଏସଆଇ, ଇନକମ ଟ୍ୟାକ୍ସ, ଡିଆରଡିଓ, ଏମ୍ସ ଭୁବନେଶ୍ୱର, ଆଇଆଇଟି ଭୁବନେଶ୍ୱର ସମେତ ବିଭିନ୍ନ ବିଭାଗରେ ଜନସେବା କରିବାର ନୂଆ ଦାୟିତ୍ୱ ନେଇଛନ୍ତି ।

କୋଭିଡ୍ ସମୟରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ଭାରତର ଦାୟିତ୍ୱ ଓ କୋଭିଡ୍ ଯୋଦ୍ଧାଙ୍କ ପରିଶ୍ରମ ସହ ୧୪୦ କୋଟି ଭାରତୀୟଙ୍କ ଦୃଢ ଇଚ୍ଛାଶକ୍ତି ବଳରେ ଆମେ ମହାମାରୀକୁ ପରାଜୟ କରିବାରେ ସଫଳ ହୋଇଥିଲେ । ସଂକଟକୁ ସୁଯୋଗରେ ପରିଣତ କଲେ । ଭାରତ ବିକଶିତ ରାଷ୍ଟ୍ରକୁ ଟିକା ଓ ପିପିଇ କିଟ୍ ସହ ଔଷଧ ପଠାଇବାରେ ଭାରତ ସାହାଯ୍ୟ କଲା ।

ସେହିପରି ଦେଶକୁ ଆଗକୁ ନେବା ପାଇଁ ଭାବିବା ସହ ଓଡ଼ିଶାରେ ନିଯୁକ୍ତି ପାଉଥିବା ଯୁବବର୍ଗଙ୍କୁ ଓଡ଼ିଆ ଭାଷା ଶିଖିବା ପାଇଁ ପରାମର୍ଶ ଦେଇଥିଲେ କେନ୍ଦ୍ରମନ୍ତ୍ରୀ । ସେ କହିଥିଲେ ଓଡ଼ିଆ ବହୁତ ଭଲ ଭାଷା । ମଧୁର ଭାଷା । ଅନ୍ତତଃ ଏହାକୁ ଓଡ଼ିଶାରେ ନିଯୁକ୍ତ ପାଉଥିବା ଯୁବକ ଯୁବତୀମାନେ ଓଡ଼ିଆ ଶିଖିଲେ ନୂଆ ଭାଷା ଶିଖିଲେ ବୋଲି ଜାଣିବେ ସେ କହିଛନ୍ତି ।

ଦେଶରେ ଯୁବକ ଯୁବତୀଙ୍କୁ ଆତ୍ମନିର୍ଭର କରିବା ପାଇଁ, ନିଜେ ସ୍ୱାଭିମାନ ସହ ଆଗକୁ ବଢିବା ପାଇଁ ଭାରତ ସରକାରଙ୍କ ରୋଜଗାର ମାଧ୍ୟମରେ ଅଭିନବ ପ୍ରୟାସ କରିଛନ୍ତି । ଏହାସହ କେବଳ ପ୍ରତ୍ୟକ୍ଷ ନିଯୁକ୍ତି ନୁହେଁ ବରଂ ବିଭିନ୍ନ କ୍ଷେତ୍ରରେ ଭିତ୍ତିଭୂମିକୁ ମଜବୁତ୍ କରିବା ପାଇଁ ୧୦ ଲକ୍ଷ କୋଟି ଟଙ୍କାର ବିକାଶର କାମ କରୁଛନ୍ତି ମୋଦି ସରକାର ।
ଆଜି ଆମ ଓଡ଼ିଆ ଝିଅ, ଭାରତର ଗୌରବ ମାନ୍ୟବର ମାନ୍ୟବର ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କୁ ସୁରିନାମର ସର୍ବୋଚ୍ଚ ନାଗରିକ ସମ୍ମାନରେ ସମ୍ମାନିତ କରାଯାଉଛି । ପାପୁଆ ନ୍ୟୁ ଗିନି ଗସ୍ତ କାଳରେ ସେଠାକାର ମାନ୍ୟବର ରାଷ୍ଟ୍ରପତି ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଦ ଛୁଇଁ ସ୍ୱାଗତ କରୁଛନ୍ତି । ଏହା କେବଳ ଆମ ଦେଶର ମାନ୍ୟବର ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କୁ ସମ୍ମାନ ଜଣାଇବାର ଆବେଗ ନ ଥିଲା ବରଂ ଏହା ଥିଲା ୧୪୦ କୋଟି ଭାରତୀୟଙ୍କ ସମ୍ମାନ, ଯାହାକୁ ବିଶ୍ୱ ଦେଖିଲା । ଏକ ଦୃଢ଼, ଦକ୍ଷ ଓ ଓଜସ୍ଵୀ ନେତୃତ୍ଵରେ ଭାରତର ସମ୍ମାନ ଆଜି ବିଶ୍ଵର କୋଣ ଅନୁକୋଣରେ ବୃଦ୍ଧି ପାଉଛି ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।

Leave A Reply

Your email address will not be published.