csstore

ବିଲେଇସର୍ଡା ହାଇସ୍କୁଲରେ ହେଲା ମୋ’ ସ୍କୁଲ ଅଭିଯାନ ବୈଠକ

ପୁଇଁନ୍ତଲା, (କେପିଏନ୍‌ଏସ୍‌) : ପୁଇଁନ୍ତଲା ବ୍ଲକ ଅନ୍ତର୍ଗତ ବିଲେଇସର୍ଡା ସ୍ଥିତ ଜବାହାରଲାଲ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସୁଜାତା ପୁରୋହିତଙ୍କ ଅଧ୍ୟକ୍ଷତାରେ ମୋ’ ସ୍କୁଲ ଅଭିଯାନର ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ପୁରୋହିତ ସ୍କୁଲର ସର୍ବାଙ୍ଗୀନ ଉନ୍ନତି ପାଇଁ ଏହି ଯୋଜନାଟିକୁ କାର୍ଯ୍ୟକାରୀ କରିବା ପାଇଁ ସମସ୍ତ ପୁରାତନ ଛାତ୍ରଛାତ୍ରୀ ମାନଙ୍କୁ ଯୋଗାଯୋଗ କରିବା ସହ ଆର୍ଥିକ ସହାୟତା ପ୍ରଦାନ କରିବା ପାଇଁ ଉତ୍ସାହିତ କରିବାକୁ ଆହ୍ୱାନ ଦେଇଥିଲେ । ଯେଉଁ ସ୍କୁଲ ନିଜକୁ ମଣିଷ କରି ଗଢି ତୋଳିଛି, ତାହାର ଉନ୍ନତି କରିବାକୁ ଯଥାସାଧ୍ୟ ସହଯୋଗ କରିବାକୁ ସ୍କୁଲର ପୁରାତନ ଛାତ୍ର ଛାତ୍ରୀମାନେ ସଙ୍କଳ୍ପବଦ୍ଧ ହୋଇଥିଲେ । ବୈଠକରେ ପୁରାତନ ଛାତ୍ର ମଧୁସୂଦନ ପ୍ରଧାନ, ଗଦାଧର ବିଶ୍ୱାଳ, ହାଡୁ ବିଶ୍ୱାଳ, ପ୍ରମୋଦ ବିଶ୍ୱାଳ, ପ୍ରିୟଙ୍କା ପାଣିଗ୍ରାହୀ, ଶିବାନୀ ଆଡଜୁଏଡ, ଶିକ୍ଷକ ସୁଧାଂଶୁ ଶେଖର ପଧାନ, ରଞ୍ଜିତ ମିଶ୍ର, ତପନ ବୁଡେକ, ନିରୋତ୍ତମା ବିଶ୍ୱାଳ, ଅମୂଲ୍ୟ ଦୋରା ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.