ମଦ୍ୟପାନରୁ ଗଣ୍ଡଗୋଳ : ବାହା ନହୋଇ କନ୍ୟା ନେଇ ଘରକୁ ଗଲା ବର

ସାଲେଭଟା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଆଗଲପୁର (ଡୁଡୁକା) ବ୍ଲକ ବକଟି ଗ୍ରାମରେ ଏକ ଚକିତ କଲା ପରି ଘଟଣା ଘଟିଛି । ସୁନ୍ଦରଗଡ ଜିଲ୍ଲାରୁ ଆସିଥିବା ବର ବାହା ନହୋଇ କନ୍ୟାଙ୍କୁ ନିଜ ସାଥୀରେ ନେଇଥିବା ଅଂଚଳରେ ଚର୍ଚ୍ଚାର ବିଷୟ ପାଳଟିଛି । ମଦ ପିଇ ମାର୍‌ପିଟ୍‌ ଯୋଗୁଁ ବାହାଘର ହୋଇପାରିନଥିଲା । ଏପରି ଏକ ଅଭାବନୀୟ ଘଟଣା ଘଟିଛି ସାଲେଭଟା ଫାଣ୍ଡି ବକଟି ଗ୍ରାମରେ । ଖବରରୁ ପ୍ରକାଶ ଯେ ଲୋଇସିଂହା ଥାନା ସାଲେଭଟା ଫାଣ୍ଡି ବକଟି ଗ୍ରାମର ସତ୍ୟନାରାୟଣ ବିନ୍ଧାଣୀଙ୍କ ୪ର୍ଥ କନ୍ୟାଙ୍କ ସହ ସୁନ୍ଦରଗଡ ଜିଲ୍ଲା ନିଆଲିପାଲି ନିକଟସ୍ଥ ତେଲିପାଲି ନିବାସୀ ଲଲିତ ନାଏକଙ୍କ କନିଷ୍ଠପୁତ୍ର ରାଜା(ପପୁ)ଙ୍କ ସହିତ ବିବାହ ସ୍ଥିିର ହୋଇଥିଲା । ପୂର୍ବ ପ୍ରସ୍ତୁତି ଅନୁସାରେ ବାଜା, ରୋଷଣୀ ସହ ବିବାହ କରିବାକୁ ବରଯାତ୍ରୀ ବକଟି ଗ୍ରାମକୁ ଆସିଥିଲେ । ବହୁ ଉତ୍ସାହ ସହ ବରଯାତ୍ରୀଙ୍କ ନାଚ ଚାଲିଥିବା ବେଳେ କିଛି ଯୁବକ ମଦ ପିଇ ଠେଲାପେଲା, ହୋହାଲ୍ଲା, ପାଟିତୁଣ୍ଡ ପରେ ମାର୍‌ପିଟ୍‌ ହୋଇଥିଲେ । ଏଥିରେ ନିସ୍ତୁକ ମାଡରେ ଉଭୟ ପକ୍ଷର ୭ ଜଣ ଆହାତ ହୋଇଥିବାରୁ ଉତ୍ତେଜନା ବଢ଼ିଥିଲା । ଅପ୍ରୀତିକର ପରିସ୍ଥିତି ଯୋଗୁଁ ବାହାଘର ହୋଇପାରିନଥିଲା । ବାହା ନହୋଇ ବର ଫେରିଯିବାକୁ ବାହାରିଥିଲେ । ଏହି ସମୟରେ ସାଲେଭଟା ଫାଣ୍ଡି ପୁଲିସ କୌଣସି ସୁତ୍ରରୁ ଖବର ପାଇ ବର ଓ ସଂପର୍କୀୟଙ୍କୁ ବୁଝାସୁଝା କରି ଉଭୟ ପକ୍ଷଙ୍କ ସହମତିରେ ସାଲେଭଟା ଫାଣ୍ଡି ଠାରେ ପରେ ବାହାହେବି କହି ବର ନିଜ ସାଥୀରେ କନ୍ୟାଙ୍କୁ ନିଜ ଗାଁକୁ ନେଇଥିବା ସାଲେଭଟା ଫାଣ୍ଡି ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.