ଭୁବନେଶ୍ୱର କିଟ୍ ୟୁନିଭରସିଟି ପକ୍ଷରୁ ଛତ୍ରପୁରରେ ଆର୍ଟ ଅଫ୍ ଗିଭିଙ୍ଗ କାର୍ଯ୍ୟକ୍ରମ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ସାହାଯ୍ୟକାରୀଙ୍କୁ ସାହାଯ୍ୟ କରିବା ଲକ୍ଷ୍ୟ ନେଇ ଭୁବନେଶ୍ୱର ସ୍ଥିତ କିଟ୍ ଓ କିଟ୍ ୟୁନିଭରସିଟିର ପ୍ରତିଷ୍ଠାତା ଡ଼. ଅଚ୍ୟୁତ ସାମନ୍ତଙ୍କ ଦ୍ୱାରା ଅନୁପ୍ରାଣୀତ ହୋଇ ୨୦୧୩ ମସିହାରୁ ଆରମ୍ଭ ହୋଇଥିବା ଆର୍ଟ ଅଫ୍ ଗିଭିଙ୍ଗ କାର୍ଯ୍ୟକ୍ରମର ୧୦ ବର୍ଷ ପୂର୍ତ୍ତି ଅବସରରେ ଦେଶ ବିଦେଶର ବିଭିନ୍ନ କୋଣ ଅନୁକୋଣରେ ଏହି କାର୍ଯ୍ୟକ୍ରମ ପାଳନ ହୋଇ ଆସୁଅଛି । ଏହି ପରିପ୍ରେକ୍ଷୀରେ ବୁଧବାର ଛତ୍ରପୁର ଶିବ କୁମାର ପଟ୍ଟନାୟକ ରିଡିଙ୍ଗ ରୁମ୍‌ ପରିସରରେ ଆର୍ଟ ଅଫ୍ ଗିଭିଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଗଞ୍ଜାମ ଆରକ୍ଷୀ ଅଧିକ୍ଷକ ଜଗମୋହନ ମୀନା, ସମ୍ମାନିତ ଅତିଥି ଭାବେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା, ଛତ୍ରପୁର ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ସମ୍ବିତ ସଂଗ୍ରାମଜୀତ ସାହୁ, ପ୍ରତିଭା ଆବାସିକ କଲେଜର ପ୍ରତିଷ୍ଠାତା ଚିନ୍ମୟ ଦାଶ ଓ ବରିଷ୍ଠ ଆଇନଜୀବୀ ବି. ଶ୍ରୀନିବାସ ରାଓ ଯୋଗ ଦେଇ ପ୍ରଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିବା ସହ କିଟ୍ ଓ କିସ୍‌ର ପ୍ରତିଷ୍ଠାତା ଶ୍ରୀ ସାମନ୍ତଙ୍କ ଏଭଳି କାର୍ଯ୍ୟକୁ ଭୁୟସୀ ପ୍ରଶଂସା କରାଯାଇଛି । ଏହି କାର୍ଯ୍ୟକ୍ରମରେ ଦୈନନ୍ଦିନ ଜୀବନରେ ଲୋକଙ୍କୁ ସେବା ପ୍ରଦାନ କରୁଥିବା ଅଙ୍ଗନାୱାଡ଼ି କର୍ମୀ, ଆଶା କର୍ମୀ, ଆମ୍ବୁଲାନ୍ସ ଡ୍ରାଇଭର, ଅଟୋ ଡ୍ରାଇଭର, ସଫେଇ କର୍ମଚାରୀ, ହୋମଗାର୍ଡ, ଟ୍ରାଫିକ ପୋଲିସମାନଙ୍କୁ କିଟ୍ ପକ୍ଷରୁ ବିଭିନ୍ନ ସାମଗ୍ରୀ ପ୍ରଦାନ କରାଯାଇଥିଲା । ସମସ୍ତ କାର୍ଯ୍ୟକ୍ରମକୁ କିଟ୍ ୟୁନିଭରସିଟିର ଅଶୋକ କୁମାର ସାହୁ ସଂଯୋଜନା କରିଥିବା ବେଳେ ୟୁନିଭରସିଟିର ଛାୟାକାନ୍ତ ପଟ୍ଟନାୟକ, ଅଶୋକ କୁମାର ମିଶ୍ର, ସୁଶାନ୍ତ କୁମାର ପଟ୍ଟନାୟକ, ଶ୍ରୀକାନ୍ତ ମିଶ୍ର, ହେମନ୍ତ ବେହେରାଙ୍କ ସମେତ ଛତ୍ରପୁର ସହରର ବହୁ ବୁଦ୍ଧିଜୀବୀ ଓ ସ୍ଥାନୀୟ ରିପୋର୍ଟର ସନ୍ତୋଷ କୁମାର ସାହୁ, ଫଟୋଗ୍ରାଫର ଅଶୋକ ରଥ, ଛତ୍ରପୁର ପ୍ରେସ୍‌ କ୍ଲବ ସଭାପତି ପ୍ରଶାନ୍ତ ମହାରଣା ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ । ସ୍ଥାନୀୟ ସହରର ବହୁ ସମାଜସେବୀ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.