ପିଡିଏସ୍ ସବ୍ ସେଣ୍ଟର ପାଇଁ ନୂଆପଡା ଜିଲ୍ଲାପାଳଙ୍କୁ ଭେଟିଲେ ଗ୍ରାମବାସୀ

ଖଡ଼ିଆଳ, (ନିରାକାର ମେହେର) : ପିଡିଏସ୍ ସବ୍ ସେଣ୍ଟର ପାଇଁ ନୂଆପଡା ଜିଲ୍ଲାପାଳଙ୍କୁ ଭେଟିଲେ ଗ୍ରାମବାସୀ । ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ସଭାଗୃହରେ ହୋଇଥିବା ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିରରେ ଜିଲ୍ଲାପାଳଙ୍କୁ ଭେଟି ଗ୍ରାମବାସୀ ଏକ ଦାବୀପତ୍ର ଦେଇଛନ୍ତି । ସୂଚନା ଅନୁସାରେ ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକର ମାଣ୍ଡୋସିଲ ପଞ୍ଚାୟତର ପିଡିଏସ୍ କେନ୍ଦ୍ର ଚଚରାଭଟା ଗାଁରେ ଥିବାରୁ ମାଳପଡ଼ାର ଲୋକଙ୍କୁ ପିଡିଏସ୍ ପାଇଁ ୫ କି.ମି ଯିବାକୁ ପଡୁଛି । ଫଳରେ ସେମାନେ ହଇରାଣ ହରକତ ହେଉଥିବା ଅଭିଯୋଗ କରିଛନ୍ତି । ବିଶେଷ କରି ବୟସ୍କ ଲୋକେ ରାସନ ଆଣିବାକୁ ଏତେ ଦୂର ଯିବା ପାଇଁ ଅସୁବିଧା ଭୋଗ କରୁଛନ୍ତି । ତେଣୁ ମାଣ୍ଡୋସିଲର ମାଳପଡାଠାରେ ପିଡିଏସ କେନ୍ଦ୍ର ଖୋଲିବାକୁ ଦୀର୍ଘ ଦିନରୁ ଦାବୀ ହେଉଛି । କିନ୍ତୁ ବାରମ୍ବାର ଅଭିଯୋଗ ସତ୍ତ୍ୱେ କେହି ଶୁଣୁ ନଥିବାରୁ ମଙ୍ଗଳବାର ଜିଲ୍ଲାପାଳ ହେମକାନ୍ତ ସାଏଙ୍କୁ ଗ୍ରାମବାସୀ ଏକ ଦାବୀପତ୍ର ଦେଇଛନ୍ତି । ଲୋକଙ୍କ ଦାବୀକୁ ଗ୍ରହଣ କରାଯାଇଛି ଓ ଯେଉଁଠି ସବ୍ ସେଣ୍ଟର ପାଇଁ ଜରୁରୀ ଅଛି ସ୍ଥାନୀୟ ସରପଞ୍ଚ ଏହାର ସମାଧାନ କରି ପାରିବେ ବୋଲି ଜିଲ୍ଲାପାଳ କହିଛନ୍ତି ।

Leave A Reply

Your email address will not be published.