lika

ମହୀମୁଣ୍ଡାରୁ ଉଦ୍ଧାର ହେଲେ ଅବହେଳିତ ଶିଶୁ କନ୍ୟା

gbag

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ପୁଇଁନ୍ତଲା ବ୍ଲକ ଅଧିନସ୍ଥ ମହୀମୁଣ୍ଡା ଗାଁର ଜଣେ ପିତୃହୀନ ଶିଶୁ କନ୍ୟାଙ୍କୁ ଉଦ୍ଧାର କରାଯାଇ ପଥରଚେପା ସ୍ଥିତ ପାର୍ବତିଗିରି ବାଳ ନିକେତନ ଶିଶୁ ଗୃହରେ ଯତ୍ନ ଓ ସୁରକ୍ଷା ପାଇଁ ଅବସ୍ଥାପିତ କରାଯାଇଛି । ସରକାରୀ ସ୍ତରରୁ ଖବର ଜାଣି ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଲକ୍ଷ୍ମୀ ସିଂହ, ଡିସିପିୟୁର ସାମାଜିକ କର୍ମୀ ଅରୁଣ ଖୁଆସ, ମହୀମୁଣ୍ଡା ସରପଂଚ ରଂଜିତା ଭୋଇ, ପଂଚାୟତ ଅଧିକାରୀ ମହୀମୁଣ୍ଡା ପ୍ରମୁଖ ଶିଶୁ କନ୍ୟାଙ୍କର ମହୀମୁଣ୍ଡା ସ୍ଥିତ ଘରକୁ ଶିଶୁ କନ୍ୟା ଓ ପରିବାରର ପରିସ୍ଥିତି ଜାଣିବାକୁ ପହଞ୍ଚି ଥିଲେ । ଏଠାରେ ପ୍ରକାଶଯୋଗ୍ୟ ଯେ, ଉଦ୍ଧାର ହୋଇଥିବା ନାବାଳିକା ରୋଜି ବାରିକ (୧୧ ବର୍ଷ)ଙ୍କ ପିତା ଗତ ୨୦୧୯ରେ ମୃତ୍ୟୁବରଣ କରିବା ପରେ ସ୍ୱାମୀ ହରା ହୋଇ ରୋଜି ବାରିକଙ୍କ ମାତା ସସ୍ମିତା ମାନସିକ ସ୍ତରରେ ଭାଙ୍ଗି ପଡିଥିଲେ ଓ ମାନସିକ ବିକାରଗ୍ରସ୍ତ ହୋଇଯାଇଥିଲେ । ସେ ଏଣେ ତେଣେ ବୁଲି ମାଗିମାଗି ଖିଆପିଆ କରି ନିଜ ଜୀବନ ବଞ୍ଚାଇଥିଲେ ଓ ନିଜ ଝିଅମାନଙ୍କ ସୁବିଧା ଅସୁବିଧା ବୁଝିବାକୁ ଅସମର୍ଥ ଥିଲେ । ଶିଶୁ କନ୍ୟା ରୋଜି ବାରିକ ଡାହିମାଲରେ ରହୁଥିବା ନିଜ ଗରିବ କକା ଘରେ ଆଶ୍ରୟ ନେଇ ବର୍ତ୍ତମାନ ସପ୍ତମ ଶ୍ରେଣୀରେ ପଢୁଥିବା ବେଳେ ବଡ ଭଉଣୀ ଅଞ୍ଜଳି ନିଜ ଦୂର ସମ୍ପର୍କୀୟ ମାଉସି ଘରେ ଆଶ୍ରୟ ନେବାକୁ ବାଧ୍ୟ ହେଉଛନ୍ତି । ଉପରୋକ୍ତ ପରିବାର ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ସରକାରୀ ଚାଉଳ, ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ହିତାଧିକାରୀ ଥିବା ବେଳେ ତାଙ୍କ ମା’ଙ୍କର ଚିକିତ୍ସା ପାଇଁ ସରକାରଙ୍କର ସହାୟତା ଲୋଡିଛନ୍ତି ଏବଂ ପ୍ରତ୍ୟୁତ୍ତରରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ତାହାର ଉପଯୁକ୍ତ ବ୍ୟବସ୍ଥା କରିବା ପାଇଁ ନିର୍ଭର ପ୍ରତିଶୃତି ଦେଇଥିଲେ ।

babaa
Leave A Reply

Your email address will not be published.