ବ୍ରାହ୍ମଣୀପାଲି ଗ୍ରାମକୁ ଯାଇ ମୃତକଙ୍କ ଧର୍ମପତ୍ନୀ ଓ ଅନ୍ୟ ଦୁଇ ଝିଅଙ୍କୁ ଭେଟିଲେ ବିଜେଡି ଦଳର ରାଜ୍ୟ ପରିଷଦ ସଦସ୍ୟ ନିହାର ରଞ୍ଜନ ବେହେରା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ପୁଇଁତଲା ବ୍ଲକ ନିକଟରେ ଗତ ୯ ତାରିଖ ଦିନ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ ଖଲିଆପାଲି ଗ୍ରାମ ପଂଚାୟତ ବ୍ରାହ୍ମଣୀପାଲି ଗ୍ରାମର ବୀଣାପାଣି ପାଣ୍ଡେ ଏବଂ ତାଙ୍କ ଦୁଇ ଝିଅ । ଏହାକୁ ନେଇ ତାଙ୍କ ପରିବାର ବର୍ଗଙ୍କୁ ଭେଟି ସମବେଦନା ଜଣାଇଛନ୍ତି ବିଜେଡି ଦଳର ରାଜ୍ୟ ପରିଷଦ ସଦସ୍ୟ ନିହାର ରଞ୍ଜନ ବେହେରା । ଆଜି ଶ୍ରୀ ବେହେରା ତାଙ୍କ ସହଯୋଗୀଙ୍କ ସହ ବ୍ରାହ୍ମଣୀପାଲି ଗ୍ରାମକୁ ଯାଇ ମୃତକଙ୍କ ଧର୍ମପତ୍ନୀ, ଅନ୍ୟ ଦୁଇଜଣ ଝିଅ ଏବଂ ପରିବାର ବର୍ଗଙ୍କୁ ଭେଟିଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ମୃତ ଦୁଇଝିଅଙ୍କୁ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡରୁ ୪ ଲକ୍ଷ ଅର୍ଥରାଶି ପ୍ରଦାନ କରାଯାଇଥିବା ଜଣାପଡିଛି । ଏହି ଦୁଃଖଦ ସମୟରେ ମୃତକଙ୍କ ପରିବାରକୁ ଆହୁରି ଅଧିକ ସରକାରୀ ସହାୟତା ପ୍ରଦାନ, ଭରଣ ପୋଷଣ, ଅନ୍ୟ ଦୁଇଜଣ ଝିଅଙ୍କ ପାଠପଢା କିପରି ସୁଚାରୁ ରୂପେ ହୋଇପାରିବ ସେ ନେଇ ତାଙ୍କ ଦ୍ୱାରା ଯାହା ହେବ ଚେଷ୍ଟା କରିବି ବୋଲି ପ୍ରତିଶୃତି ଦେବାସହ କିଛି ସାହାଯ୍ୟ ରାଶି ପ୍ରଦାନ କରିଥିଲେ । ଏହି ଦୁଃଖଦ ସମୟରେ ଶ୍ରୀ ବେହେରାଙ୍କ ସହ ପୁଇଁତଲା ବ୍ଲକ ବିଜେଡି ସଭାପତି ବିଷ୍ଣୁ ପଟେଲ, ବରିଷ୍ଠ ବିଜେଡି କର୍ମୀ ପୀତବାସ ନାଏକ, ଯୁବ ନେତା କାଳିମୁଲ୍ଲା ଖାନ, ଚେୟାରମ୍ୟାନ ଶ୍ରୀ ଛାନ୍ଦ ପ୍ରମୁଖ ଯୋଗଦେଇ ସମବେଦନା ଜଣାଇଥିଲେ ।

jittmm
Leave A Reply

Your email address will not be published.