ସତ୍ୟସାଇ ସେବା ସମିତି ଓ ପ୍ରଶାସନ ପକ୍ଷରୁ ହରିଶଙ୍କରଠାରେ ସଫେଇ କାର୍ଯ୍ୟକ୍ରମ ଆୟୋଜିତ

ଖପ୍ରାଖୋଲ, (ଅଶୋକ ବାଗ) : ବଲାଙ୍ଗିର ଜିଲ୍ଲାର ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ହରିଶଙ୍କରଠାରେ ସତ୍ୟସାଇ ସେବା ସମିତି ଓ ପ୍ରଶାସନ ପକ୍ଷରୁ ହରିଶଙ୍କର ଠାରେ ସଫେଇ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଏହି ସଫେଇ କାର୍ଯ୍ୟକ୍ରମରେ ଖପ୍ରାଖୋଲ ଉପଜିଲ୍ଲାପାଳଙ୍କ ସହ ଅନ୍ୟାନ୍ୟ ଅଧିକାରୀ ଯୋଗ ଦେଇଥିଲେ । ସୂଚନା ଯୋଗ୍ୟ ଯେ, ଗତ ମେ’ ୧ରୁ ୫ ତାରିଖ ପର୍ଯ୍ୟନ୍ତ ବୈଶାଖ ମେଳା ଅନୁଷ୍ଠିତ ହୋଇଥିବା ବେଳେ ହଜାର ହଜାର ସଂଖ୍ୟାରେ ଭକ୍ତ ଏବଂ ଶ୍ରଦ୍ଧାଳୁଙ୍କ ଭିଡ ଜମିଥିଲା । ଫଳରେ ଝରଣା, ମନ୍ଦିରର ଚାରିପାଖ ତଥା ମନ୍ଦିର ପରିସରଠାରୁ ଆରମ୍ଭ କରି ଚିଡିଆଖାନା ପର୍ଯ୍ୟନ୍ତ ଅଳିଆ ଆବର୍ଜନା ପୂର୍ଣ୍ଣ ହୋଇଯାଇଥିଲା । ତେବେ ଗତକାଲି ସତ୍ୟସାଇ ସେବା ସମିତି ଓ ପ୍ରଶାସନ ପକ୍ଷରୁ ସଫେଇ କାର୍ଯ୍ୟକ୍ରମ ଆୟୋଜିତ କରି ଉକ୍ତ ସ୍ଥାନମାନଙ୍କରେ ସଫେଇ କରାଯାଇଥିଲା । ସତ୍ୟସାଇ ସେବା ସମିତିର ସମସ୍ତ ସଦସ୍ୟ ଏଥିରେ ଯୋଗଦାନ କରି କାର୍ଯ୍ୟକ୍ରମକୁ ସଫଳ କରିଥିଲେ ।

Leave A Reply

Your email address will not be published.