lika

ବରଗଡ ଜିଲ୍ଲା ମାଳି ସମାଜ ତରଫରୁ ଅନ୍ନଭୋଗ ବଣ୍ଟନ

gbag

ପଦ୍ମପୁର, (ନିରୋଜ କୁମାର ପାଣୀ) : ଶ୍ରୀ ନୃସିଂହନାଥ ପ୍ରଭୁଙ୍କ ବୈଶାଖ ମେଳା ଉପଲକ୍ଷେ କୋଶଳିଆ ମାଳି ସମାଜ ବରଗଡ ଜିଲ୍ଲା କମିଟି ତରଫରୁ ମାଳି ସମାଜ ଧର୍ମଶାଳାଠାରେ ଚତୁର୍ଦ୍ଦଶୀ ଓ ପୂର୍ଣ୍ଣିମା ଦିନ ବିନା ମୂଲ୍ୟରେ ଅନ୍ନଭୋଗ ବଣ୍ଟନ କରାଯାଇଥିଲା । ମହାପ୍ରଭୁଙ୍କ ଜନ୍ମୋତ୍ସବରେ ଆସିଥିବା ଶତାଧିକ ଶ୍ରଦ୍ଧାଳୁ ଭକ୍ତ ଅନ୍ନଭୋଗ ଖାଇ ଆତ୍ମସନ୍ତୋଷ ଲାଭ କରିଥିଲେ । ମାଳି ସମାଜର ଜିଲ୍ଲା ସଭାପତି ଭୀଷ୍ମଦେବ ପଟେଲ, ପାଇକମାଲ ବ୍ଲକ ସଭାପତି ଲମ୍ବୋଦର ପଟେଲ, ପଦ୍ମପୁର ବ୍ଲକ ସଭାପତି ଲୋକନାଥ ପଟେଲ, ଜିଲ୍ଲା ଉପସଭାପତି ସୁବଳ ପଟେଲ, ହୀରାଲାଲ ପଟେଲ, ନରସିଂହ ପଟେଲ, ଅକୃର ପଟେଲ, ପ୍ରସନ୍ନ ପଟେଲ ପ୍ରମୁଖ ଉପସ୍ଥିତ ରହି ଭୋଗ ବଣ୍ଟନ କରିଥିଲେ । ଭୋଗ ବଣ୍ଟନ ଉତ୍ସବରେ ସମାଜ ଧର୍ମଶାଳାରେ ପଦ୍ମପୁର ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ ଉପସ୍ଥିତ ରହି ସମାଜର ଏହି ପରି ସମାଜ ସେବା କାମକୁ ପ୍ରଶଂସା କରିଥିଲେ । ତାଙ୍କ ସହିତ ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦ ପୂର୍ବତନ ଆବାହକ ରାହାସ ବିହାରୀ ସାହୁ, ଆବାହକ ଦୁର୍ଯ୍ୟୋଧନ ପୁଟା ଯୋଗଦେଇ ଉଚ୍ଚ ପ୍ରଶଂସା କରିଥିଲେ ।

sandip
Leave A Reply

Your email address will not be published.