ଶାନ୍ତିପୂର୍ଣ୍ଣ ଭାବେ ଶେଷ ହେଲା ହିଆଲ ଗ୍ରାମ ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ପାଇଁ ଉପନିର୍ବାଚନ

ତୁରେକେଲା, (କୈଳାଶ କୁମାର ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଅନ୍ତର୍ଗତ ହିଆଲ ଗ୍ରାମ ପଞ୍ଚାୟତ ସରପଞ୍ଚ ପାର୍ଥୀ ପାଇଁ ଉପନିର୍ବାଚନ ଗତକାଲି ଶାନ୍ତିପୂର୍ଣ୍ଣ ଭାବରେ ଶେଷ ହୋଇଯାଇଛି । ଗତକାଲିର ଏହି ମତଦାନରେ ସମୁଦାୟ ଭୋଟର ସଂଖ୍ୟା ୫୬୪୮ ଜଣ ଥିବା ବେଳେ ୩୮୧୦ ଜଣ ଭୋଟର ମତଦାନ କରିଛନ୍ତି । ଏହି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଖୁଟୁଲୁମୁଣ୍ଡା ୱାର୍ଡ ନଂ ୧ ବୁଥ୍‌ ଓ ୱାର୍ଡ ନଂ ୨ ବୁଥ୍‌ରେ ସର୍ବାଧିକ ୪୩୨ ଜଣ ଭୋଟର ମତଦାନ କରିଥିଲେ । ଦାବରି ଗାଁ ବୁଥ୍‌ରେ ସର୍ବମୋଟ୍ ୭୮୨, ହିଆଲ ଗାଁ ବୁଥ୍‌ରୁ ୪୮୮, ମାଲପାମୁଣ୍ଡା ଗାଁ ବୁଥ୍‌ରୁ ୩୧୫, ଡୁମେରଚୁଆ ଗାଁ ବୁଥ୍‌ରୁ ୭୩୬, ଦୁଷାମୁଣ୍ଡା ଗାଁ ବୁଥ୍‌ରୁ ୧୯୧ ଏବଂ କର୍ଲାବାହାଲି ଗାଁ ବୁଥ୍‌ରୁ ୬୭୪ ଜଣ ଭୋଟର ମତଦାନ କରିଥିବା ନେଇ ସୂଚନା ମିଳିଛି । ଆସନ୍ତା ମଇ ୪ ତାରିଖ ଦିନ ସକାଳ ଆଠଟା ସମୟରୁ ବ୍ଲକ ହେଡକ୍ୱାଟର୍ସରେ ଭୋଟ ଗଣତି ପାଇଁ ସ୍ଥିରୀକୃତ କରାଯାଇଥିବା ବେଳେ ସମସ୍ତ ଭୋଟ ବାକ୍ସକୁ ସୁରକ୍ଷିତ ଭାବରେ ପ୍ରାର୍ଥୀ ଓ ପୁଲିଂ, ପ୍ରିଜାଇଡିଂ ଅଫିସରଙ୍କ ଉପସ୍ଥିତି କ୍ରମେ ଷ୍ଟ୍ରଙ୍ଗ୍ ରୁମରେ ରଖାଯାଇଥିଲା । ଭୋଟ ଗଣତି ୧୩ ରାଉଣ୍ଡ ହେବାକୁ ଥିବା ବେଳେ ନିର୍ଜନ ଅଧିକାରୀଙ୍କ ସହ ତିନି ଜଣ ଅଧିକାରୀଙ୍କୁ ନିୟୋଜିତ କରାଯାଇଥିବା ଜିପିଓ ଅଶୋକ ପାଣିଗ୍ରାହୀଙ୍କ ଠାରୁ ସୂଚନା ମିଳିଛି । ଏହି ନିର୍ବାଚନରେ କଡାକଡି ଭାବେ ପୋଲିସ କର୍ମଚାରୀ ବୃନ୍ଦ ନିଜ ନିଜର କର୍ତ୍ତବ୍ୟ ପାଳନ କରିଥିଲେ ।

Leave A Reply

Your email address will not be published.