oom

ଜୟ ଭାରତୀ ଶ୍ରମିକ ସଂଘର ଆନ୍ତର୍ଜାତିକ ଶ୍ରମିକ ଦିବସ ପାଳନ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଗାଇସିଲାଟ ଅଂଚଳର ଶ୍ରମିକମାନଙ୍କୁ ନେଇ ଆନ୍ତର୍ଜାତିକ ଶ୍ରମିକ ଦିବସ ପାଳନ କରାଯାଇଛି । ଡ଼. ଆମ୍ବେଦକରଙ୍କ ଫଟୋରେ ମାଳା ଅର୍ପଣ କରାଯାଇ ମହମବତୀ ଜଳାଇ ସଭାପତି ଅରବିନ୍ଦ ପଣ୍ଡାଙ୍କ ସଭାପତିତ୍ୱରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବରେ ଉପେନ୍ଦ୍ର କାଲୋ ଯୋଗଦେଇଥିଲେ । ନିସ୍ୱାର୍ଥ ଭାବରେ ଶ୍ରମିକମାନଙ୍କ ପାଇଁ କାମ କରିବାକୁ ଆହ୍ୱାନ କରିଥିଲେ । ଅନେକ ଶ୍ରମିକ ନିଜ ଅଞ୍ଚଳର ସମସ୍ୟା ଉପରେ ଆଲୋଚନା କରିଥିଲେ । ଦାଦନ ସମସ୍ୟା ଓ ଶ୍ରମିକମାନଙ୍କ ସମାଧାନ ଦିଗରେ ତୁରନ୍ତ ସମାଧାନ କରିବାକୁ ପ୍ରଶାସନକୁ ଅନୁରୋଧ କରିଥିଲେ । ପୂର୍ବ କମିଟି ହିସାବ କିତାବ ନ ଦେଇ କାଗଜପତ୍ର ନ ଦେଇ ମନମୁଖୀ କରୁଥିବାରୁ ଦୁଃଖ ପ୍ରକାଶ ପାଇଥିଲା । ଏହି ସଙ୍ଘ ଶ୍ରମିକମାନଙ୍କ ସମସ୍ୟାର ସମାଧାନ ଓ ହକ ପାଇଁ କାମ କରିବ । ସଭାପତି ଶ୍ରୀ ପଣ୍ଡା ଅଂଚଳର ଶ୍ରମିକମାନେ କେମିତି କାମ ପାଇ ନିଜେ ଘରେ ରହି କାମ କରି ପାରିବେ, ଦାଦନ ସମସ୍ୟା, ଶିଶୁ ଶ୍ରମିକ ବନ୍ଦ ଓ ଶ୍ରମିକମାନେ କୌଣସି ମୌଳିକ ସୁବିଧା ପାଇବାରୁ ବଞ୍ଚିତ ହେବା ସହ ପାଉଣା ମଧ୍ୟ ନଥିବା ଭଳି ଘଟଣାକୁ ଗୁରୁତ୍ୱ ଦେବାକୁ ଆଲୋଚନା ହୋଇ ସମାଧାନ ପାଇଁ ସବୁବେଳେ ଚେଷ୍ଟା ଜାରି ରଖିବା ସହିତ କିଭଳି ସଙ୍ଘକୁ ମଜବୁତ କରିସେ ସେଥିପାଇଁ ଅଂଚଳର ଶ୍ରମିକମାନେ ଏକଜୁଟ ହେବା ପାଇଁ ଆହ୍ୱାନ କରିଥିଲେ । ଏହି ବୈଠକରେ ଉପଦେଷ୍ଟା ସରୋଜ ସାହୁ, ସମ୍ପାଦକ ବୀଣାପାଣି ମାଝୀ, କୋଷାଧ୍ୟକ୍ଷ ସନ୍ତୋଷ କଲେତ, ପିତାମ୍ବର ସାହୁ, ମହେଶ ଦାଶ, ଗଜପତି ସାହୁ, ଆନନ୍ଦ ପଧାନ, ରୋହିତ କଲେତ, ପ୍ରସନ୍ନ କୁମ୍ଭାର ଓ ବହୁତ ସଂଖ୍ୟାରେ ଶ୍ରମିକମାନେ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.