ପୁଅ ହାତରେ ଗଲା ବାପର ଜୀବନ

ଆଠଗଡ଼ : ରଡ୍‌ରେ ପିଟି ପିଟି ବୃଦ୍ଧ ବାପକୁ ହତ୍ୟା କଲା ପୁଅ । ଶନିବାର ବିଳମ୍ବିତ ରାତିରେ ଆଠଗଡ଼ ଥାନା ଅନ୍ତର୍ଗତ ବେଣ୍ଟପଦା ଗାଁରେ ଏଭଳି ଘଟଣା ଘଟିଥିବା ଜଣାପଡିଛି । ସୂଚନା ଅନୁସାରେ ଅଭିଯୁକ୍ତ ପୁଅ ଅପର୍ତ୍ତି ମହାନ୍ତି ଓ ମୃତକ ହେଲେ ବାଲୁଙ୍କେଶ୍ୱର ମହାନ୍ତି(୭୫) । ତେବେ ଅଭିଯୁକ୍ତ ପୁଅ ଅପର୍ତ୍ତି ମହାନ୍ତିକୁ ଅଟକ ରଖି ତଦନ୍ତ କରୁଛି ଆଠଗଡ଼ ପୋଲିସ । ଅନ୍ୟପଟେ ଅପର୍ତ୍ତିଙ୍କ ନାଁରେ ଅନ୍ୟ ପରିବାର ସଦସ୍ୟମାନେ ମଧ୍ୟ ଥାନାରେ ଅଭିଯୋଗ କରିଛନ୍ତି ।

Leave A Reply

Your email address will not be published.

error: Content is protected !!