ବିହାଘରେ ମରନ୍‌ କୁନୁଆଁ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବିହାଘରେ ମରନ୍‌ କୁନୁଆଁ । ଏନ୍‌ତା ଗୁଟେ ଘଟ୍‌ନା ବଲାଙ୍ଗିର ଶାନ୍ତିପଡା ପାଖର୍‌ ଖର୍‌ସେଲପଡା ଥି ଗଲା ରାତି ଦେଖ୍‌ବାର୍‌ କେ ମିଲିଛେ । ବଡା ଉସତ୍‌ ଉସ୍‌ନାକ୍‌ ଥି ଚାଲିଥିଲା ବିହାଘର୍‌ । ଲୋକ୍‌ବାକ୍‌ ବନ୍ଧୁ ବାନ୍ଧବ୍‌ ଖଜ୍‌ବଜଉ ଥିଲେ । ବର୍‌ ପାର୍ଟି ବି ଆସି ଥିଲେ ନ । ବରଯାତ୍ରୀ ପ୍ରୋସେସନ ନେଇଁ ବାହାରି ଥାଇ ତାଏଲ୍‌ । ଟୁକେଲ୍‌ ଘର୍‌ର ଲୋକ୍‌ବାକ୍‌, ବଂଧୁ ପରିଜନ୍‌ ବିହାଘର୍‌ ଆସି କିଏ କେନ୍‌ତା ଭୁଜି ଖାଉ ଥାଆନ୍‌ । ଏନ୍‌ତା ଗହ ଗହ ମହ ମହ ସମିଆଁ ଥି ମରନ୍‌ କୁନୁଆଁ ହେଇ ଆସିଛେ ବୋଲି କିଏ ଜାନିଥିଲା । ଟେଂଟ ଖୁଟା ଥି ଜୁଗିଥିଲା କାଲ୍‌ ମୁହାଁ ମରନ୍‌ । ଭୁଜି ଥି ମାଂସ ବାଂଟୁଥିବା ଖର୍‌ସେଲ୍‌ପଡା ଥି ରହୁଥିବାର ଗୋକୁଳ ସାହୁ ଗୋଡ ସର୍‌ଡି ଗଲାକେ ଧରିଦେଇଥିଲେ ଟେଣ୍ଟ ଖୁଟାକେ । ଜବରଦସ୍ତ ଇଲେକ୍ଟ୍ରି କରେଣ୍ଟ ଥି ସେନର୍‌ଟା ସେନ ପରାନ୍‌ ଛାଡିଦେଲେ ଗୋକୁଳ । ତର୍‌ସର୍‌ ଗୋକୁଳ କେ ଭୀମ ଭୋଇ ମେଡିକାଲ ହସପିଟାଲ୍‌ କେ ପୁହଁଚାଗଲା । ମାତର୍‌କ ସେନେ ଡାକ୍ତର ଗୋକୁଳ କେ ମୃତ ଘୋଷଣା କରିଥିଲେ । କନ୍ଦା ବୁବା ଥି ଫାଟି ପଡୁଛେ ଇ ଘଡି ବିହା ସାଲେ । ସେ ଆଡେ ଶବ କେ ଜବତ କରି ପୋଷ୍ଟମୋର୍ଟମ ଲାଗି ପଠେଇଛେ ବଲାଙ୍ଗିର ଟାଉନ ପୁଲିସ । ଇ ଘଟ୍‌ନା କାଯେଁ ଘଟ୍‌ଲା, କେନ୍‌ତା କରି ଘଟ୍‌ଲା…. ସେ ଦିଗେ ଛାନ୍‌ଭିନ୍‌ ଚାଲିଛେ ତନାଘନା ।

ମିଲିଥିବାର ଖବର ଅନୁସାରେ ବଲାଙ୍ଗିର ବ୍ଲକ ମନହୀରା ଗାଁନୁ ଆସିଥିଲେ ବର୍‌ଯାତ୍ରୀ ମାତର୍‌କ ପ୍ରୋସେସନ ଆଘୋନୁ ହିଁ ଘଟିଗଲା ଏନ୍‌ତା ଗୁଟେ ଘଟ୍‌ନା । ବିହା ଭୁଜି ବନ୍ଦ ହେଇଗଲା । କନିଆଁ ଟୁକେଲ୍‌ କେ ବିନା ବିହା ଥି ବଟେଇ ଦିଆ ହେଲା ବଲି ସୁନ୍‌ବାର କେ ମିଲୁଛେ । ଭୁଜି ନାଇ ଖାଇକରି ପଲେଇ ଗଲେ ବରଯାତ୍ରୀ ପାର୍ଟି । ଗଲା କାଲି ବେଲ୍‌ବୁଡା କେ ଧୁକା ପାଏନ୍‌ ମୂଲ୍‌ ହେଇଥିଲା । ରାତିର୍‌ ୯ ବଜେ ତକ୍‌ ଟୁପର୍‌ ଟାପୁର୍‌ ବର୍ଷା ବି ଲାଗିଥିଲା । ହେ ଭିତରେ ଘଟିଛେ ଇ ଘଟ୍‌ନା । ଦୁଇ ଚାଏର୍‌ ଝନ୍‌ କେ ଟେଂଟ ଖୁଟା ପାଖେ ଝଟ୍‌କା ମାରୁଛେ କୁହା କୁହି ହେଉଥିଲେ । ମାତର୍‌କ ବିହାଘରର୍‌ ଗହକି ଥି ସେଥିର୍‌ ଉପରେ୍‌ କହାରିର୍‌ ଧିଆନ୍‌ ନେଇଁ ଥାଇ । ସେ ଟେଣ୍ଟ ଖୁଟା କେ ଧରି ଦେଲାକେ ଯାହାର୍‌ ଜୀବନ୍‌ ଗଲା, ସେ ବି ସମ୍‌କୁ କହୁଥିଲେ ପରେ, ଇଆଡେ୍‌ ନେଇଁ ଆସ୍‌ବ କରେଣ୍ଟ ମାରୁଛେ ବଲି । ହେଲେ ଗୋଡ୍‌ ସର୍‌ଡି ଗଲା କେ ନିଜେ ହିଁ ଧରି ପକାଲେ ଟେଣ୍ଟ ଖୁଟା, ଆର୍‌ ସେନର୍‌ଟା ସେନେ ଜୀବନ ଛାଡି ଦେଲେ । ଖୋବ୍‌ ଗରିବ ଲୋକ୍‌ ଏ ମୃତ ଗୋକୁଳ ସାହୁ । ଦେଓଗାଁ ବ୍ଲକ୍‌ ବହଲି ଗାଁ, ତାକର୍‌ ମୂଲ ଗାଁ ମାତର୍‌କ ଭୁତି ଦୁଖ୍‌ କରି କୁଟ୍‌ମ୍‌ ପୁଷବାର ଲାଗି ଇନେ ଖର୍ସେଲପଡା ଥି ରହୁଥିଲେ । ତାକର୍‌ ୪ ବର୍ଷିଆ ଛୁଆଟେ ଅଛେ । ଫେର୍‌ ତାକର୍‌ ଧର୍ମପତ୍ନୀ ଇ ଘଡି ଗର୍ଭବତୀ ଅଛନ୍‌ ବଲି କୁହାଯାଉଛେ । ଇ ଘଟ୍‌ନା ଥି ଗୁଟେ ଗରିବ୍‌ କୁଟୁମ୍‌ ଲିହିବିହି ହେଇଗଲା ବଲି ଗାଁ ମାର୍‌ ଲୋକ୍‌ କୁହାକୁହି ହଉଛନ୍‌ ।

Leave A Reply

Your email address will not be published.