ଗାଈ ଚୋରି ଅଭିଯୋଗ

ମୁରିବାହାଲ, (କେପିଏନ୍‌ଏସ୍‌) : ମୁରିବାହାଲ ଥାନା ଚଣାବାହାଲ ଗ୍ରାମର ଚାଷୀ ନାଭ ପାତ୍ର(୫୦)ଙ୍କ ଏକ ବଡ ଦୁଧିଆଳି ଗାଈକୁ ଦୁର୍ବୃତ୍ତମାନେ ଗୁରୁବାର ଅପରାହ୍ନରେ ପିକ୍‌ଅପ୍‌ ଭ୍ୟାନ୍‌ ଯୋଗେ ଚୋରି କରି ନେଇଥିବା ମୁରିବାହାଲ ଥାନାରେ ଅଭିଯୋଗ ହୋଇଛି । ଗାଈଟି ଗାଁର ଏକ ଜମିରେ ଚରୁଥିବା ବେଳେ ଦୁର୍ବୃତ୍ତମାନେ ଏକ ପିକ୍‌ଅପ୍‌ ଭ୍ୟାନ୍‌ରେ ତାଙ୍କ ଗାଈକୁ ବୋଝେଇ କରି ଫେରାର୍‌ ହୋଇଯାଇଥିଲେ । ଗାଁର ଜଣେ ଯୁବକ ଏହା ଦେଖିଥିବା ଚାଷୀ ତାଙ୍କ ଏତଲାରେ ଉଲ୍ଲେଖ କରିଛନ୍ତି । ମୁରିବାହାଲ ପୁଲିସ ଏହାର ଅଧିକ ତଦନ୍ତ କରୁଥିବା ସୂଚନା ମିଳିଛି ।

Leave A Reply

Your email address will not be published.