ସଡକ ଦୁର୍ଘଟଣାରେ ମହିଳା ଗୁରୁତର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାର କେନ୍ଦୁଭଟା ଗାଁଠାରେ ଏକ ସଡକ ଦୁର୍ଘଟଣାରେ ଜଣେ ମହିଳା ଗୁରୁତର ହୋଇ ବଲାଙ୍ଗିର ମେଡିକାଲରେ ଭର୍ତ୍ତି ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ କେନ୍ଦୁଭଟା ଗ୍ରାମର ମୂଖୀ ପାତ୍ର(୫୦) ତାଙ୍କ ଭଣଜା ସାଙ୍ଗରେ ଏକ ବାଇକ୍‌ରେ ନିକଟସ୍ଥ ଗାଁ ଜାମୁପାଲିକୁ ଯିବା ସମୟରେ ନିଜ ଗାଁ କେନ୍ଦୁଭଟା ଠାରେ ମୂଖୀଙ୍କ ମୁଣ୍ଡ ବୁଲାଇବାରୁ ତଳେ ପଡିଯାଇଥିଲେ । ପରିବାର ଲୋକେ ତାଙ୍କୁ ଗୁରୁତର ଭାବେ ଉଦ୍ଧାର କରି ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରିଥିଲେ ।

Leave A Reply

Your email address will not be published.