ସଡକ ଦୁର୍ଘଟଣାରେ ଟାଇଲ୍ସ ମିସ୍ତ୍ରୀ ଗୁରୁତର

ବଲାଙ୍ଗିର, (କେପିଏନ୍‌ଏସ୍‌) : ସଡକ ଦୁର୍ଘଟଣାରେ ଟାଇଲ୍ସ ମିସ୍ତ୍ରୀ ଗୁରୁତର ଅବସ୍ଥାରେ ଭୀମଭୋଇ ମେଡିକାଲରେ ଭର୍ତ୍ତି ହୋଇଥିବା ଜଣାପଡିଛି । ଏପରି ଏକ ଘଟଣା ଘଟିଛି କଁସିଲ ଗ୍ରାମରେ । ଗୁରୁତର ମିସ୍ତ୍ରୀ ଜଣକ ହେଲେ କଁସିଲ ଗ୍ରାମର ଅଶ୍ୱିନୀ ମାଝୀ(୨୧) । ସୂଚନା ଅନୁସାରେ ଅଶ୍ୱିନୀ ଗତକାଲି ସନ୍ଧ୍ୟା ସମୟରେ ନିଜ ଗ୍ରାମରୁ କର୍ଲାମୁଣ୍ଡାକୁ ବାଇକ୍‌ରେ ଯାଉଥିବା ବେଳେ ହଠାତ୍‌ ଏକ ଗାଡି ତାଙ୍କ ସାମ୍‌ନାକୁ ଆସିଥିଲା । ଗାଡିର ଲାଇଟ୍‌ରେ ଆଗକୁ କିଛି ଦେଖି ନପାରି ଭାରସାମ୍ୟ ହରାଇ ପଡିଯାଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରିଥିବା ବେଳେ ତାଙ୍କ ଗୋଡରେ ଆଘାତ ଲାଗିଥିବା ସୂଚନା ମିଳିଛି ।

Leave A Reply

Your email address will not be published.