oom

କିଆର୍ଦ୍ଦା ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ

jsmm

ଭୋଗରାଇ, (ଶିବନାରାୟଣ ପାତ୍ର) : ଭୋଗରାଇ ବ୍ଲକ ଦୁଡପଳ ଗ୍ରାମ ପଞ୍ଚାୟତ ଅଧିନସ୍ଥ କିଆର୍ଦ୍ଦା ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବକୁ କେଦାରନାଥ ପାଢି ଉଦ୍‌ଘାଟନ କରିଥିବା ବେଳେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ପଣ୍ଡିତ ଶିବଶଙ୍କର ମହାପାତ୍ର ମଞ୍ଚ ଆହ୍ୱାନ ଓ ସଭା ପରିଚାଳନା କରିଥିଲେ । ମୁଖ୍ୟ ଅତିଥି ଭାବେ ପ୍ରମେୟ ଉତ୍ତର ଓଡ଼ିଶା ସଂସ୍କରଣ ମୁଖ୍ୟ ସତ୍ୟଶିବ ଦାସ, ମୁଖ୍ୟବକ୍ତା ଭାବେ ଭୋଗରାଇ ବ୍ଲକ ପ୍ରାକ୍ତନ ଗୋଷ୍ଠୀ ଶିକ୍ଷାଧିକାରୀ ମିହିର କୁମାର ପ୍ରଧାନ, ସମ୍ମାନିତ ବକ୍ତା ଭାବେ ପ୍ରାକ୍ତନ ଗୋଷ୍ଠୀ ଶିକ୍ଷାଧିକାରୀ ଭଗିରଥ ଗିରି, ସମ୍ମାନିତ ଅତିଥି ଭାବେ ବିଶ୍ଵନାଥ ପରିଡା, ଶ୍ରୀମତୀ ଜୟନ୍ତୀ ଗିରି, ବିଶିଷ୍ଟ ଅତିଥି ଭାବେ ସମାଜସେବୀ ଅଂଶୁମାନ ମହାନ୍ତି, ପ୍ରାକ୍ତନ ସରପଞ୍ଚ କାର୍ତ୍ତିକଚନ୍ଦ୍ର ପାତ୍ର, ସମାଜସେବୀ ଶଶୀକାନ୍ତ ଦେ’, ପ୍ରାକ୍ତନ ପଧାନ ଶିକ୍ଷକ ପ୍ରମଥ କୁମାର ଦାସ ପ୍ରମୁଖ ଯୋଗଦେଇ ମାଆ, ମାଟି ଓ ମାତୃଭାଷାର ଗୁଣ ଗାରିମା ଉପରେ ବଖାଣିବା ସହିତ ଶିଶୁ କୈନ୍ଦ୍ରିକ ଶିକ୍ଷା ଉପରେ ମତବ୍ୟକ୍ତ କରିଥିଲେ । ଉକ୍ତ ଉତ୍ସବରେ ବିଭିନ୍ନ ବିଭାଗରେ କୃତି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ସହ ସାର୍ଟିଫିକେଟ୍ ପ୍ରଦାନ କରାଯିବା ସହ ସ୍ଥାନୀୟ ଅଞ୍ଚଳର ସାମ୍ବାଦିକମାନଙ୍କୁ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା ।

jittmm
Leave A Reply

Your email address will not be published.