jsm

ବ୍ରାହ୍ମଣ ସମାଜ ପକ୍ଷରୁ ପର୍ଶୁରାମ ଜୟନ୍ତୀ ପାଳିତ

csstore

କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଂଟାବାଂଜି ବ୍ରାହ୍ମଣ ସମାଜ ପକ୍ଷରୁ ଶନିବାର ଦିନ ଭଗବାନ ଶ୍ରୀ ପର୍ଶୁରାମଙ୍କ ଜନ୍ମ ଜୟନ୍ତୀ ବ୍ରାହ୍ମଣ ସମାଜ ଭବନରେ ମହାଆଡମ୍ବରରେ ପାଳିତ ହୋଇଯାଇଛି । ବ୍ରାହ୍ମଣ ଯୁବା ସଂଘ ଦ୍ୱାରା ଭଗବାନ ପର୍ଶୁରାମଙ୍କ ଜୟନ୍ତୀ ପାଳନ ଅବସରରେ ଗୁରୁବାର ଓ ଶୁକ୍ରବାର ଦୁଇ ଦିନ ଧରି ସମାଜର ଛାତ୍ରଛାତ୍ରୀ, ମହିଳା, ପୁରୁଷଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା ମଧ୍ୟରେ ଗଳି କ୍ରିକେଟ, ଏକ ମିନିଟ୍‌ ପ୍ରତିଯୋଗିତା, ଭଜନ ଗାୟନ ପ୍ରତିଯୋଗିତା, ସାପ ସିଢି, ବୁଗିବୁଗି, ମହିଳାମାନଙ୍କ ପାଇଁ ରଙ୍ଗୋଲି ପ୍ରତିଯୋଗିତା, କୁର୍ସି ଦୌଡ, ମଟକି ଫୋଡ୍‌ ପ୍ରତିଯୋଗିତା, ବେଷ୍ଟ କପଲ୍‌ ଏବଂ ଅନ୍ତାକ୍ଷରୀ ପ୍ରତିଯୋଗିତା ଅନୁଷ୍ଟିତ ହୋଇଥିଲା । ଶନିବାର ସଂଧ୍ୟାରେ ଅନୁଷ୍ଠିତ ସାଧାରଣ ସଭାରେ ବ୍ରାହ୍ମଣ ଯୁବ ସଂଘର ସଭାପତି ବିବେକ ଶର୍ମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମହା ମଣ୍ଡଳେଶ୍ୱର ମହନ୍ତ ସଚ୍ଚିଦାନନ୍ଦ ଦାସ ଶାସ୍ତ୍ରୀ (ମୁଖ୍ୟ ଅତିଥି) କଂଟାବାଂଜି ବିଧାୟକ ସନ୍ତୋଷ ସିଂ ସାଲୁଜା (ବିଶିଷ୍ଟ ଅତିଥି), ଖରିଆର ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ, କଂଟାବାଂଜି ଏନଏସି ଅଧ୍ୟକ୍ଷ ବରୀୟାମ ସିଂ ସାଲୁଜା (ସମ୍ମାନିତ ଅତିଥି) ଭାବେ ମଂଚାସୀନ ଥିଲେ । ବ୍ରାହ୍ମଣ ସମାଜ ଦ୍ୱାରା ଆୟୋଜିତ କୃତି ପ୍ରତିଯୋଗୀମାନଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କାର ବିତରଣ କରାଯାଇଥିଲା । ଏହି ଜୟନ୍ତୀ ପାଳନ ସଫଳତାରେ ସମାଜର ସଂପାଦକ ବିନିତ ଶର୍ମା, କୋଷାଧ୍ୟକ୍ଷ ଅଙ୍କୁର ଶର୍ମା ସହ ସମସ୍ତ ସଦସ୍ୟମାନେ ସଂପୂର୍ଣ୍ଣ ସହଯୋଗ କରିଥିଲେ ।

yuvodaya
Leave A Reply

Your email address will not be published.