csstore

ରକ୍ତଦାନ ଶିବିର ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଝାରବନ୍ଧ ବ୍ଲକ ଅନ୍ତର୍ଗତ ଚଣ୍ଡୀଭଟା ଗ୍ରାମ ପଞ୍ଚୟତର ଅଭ୍ୟର୍ଥନା ଗୃହଠାରେ ଫ୍ରେଣ୍ଡ ଏ ହୋପ ଅନୁଷ୍ଠାନ ଏବଂ କୋଶଳ ସେନା ତରଫରୁ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି । ଯେଉଁଥିରେ ପଦ୍ମପୁର ରକ୍ତ ଭଣ୍ଡାରର ଅଧିକାରୀ ସଂଗ୍ରାମ ମିଶ୍ର ଏବଂ ତାଙ୍କ ଟିମ୍ ଆସି ୧୪ ୟୁନିଟ୍‌ ରକ୍ତ ସଂଗ୍ରହ କରିଥିଲେ । ଏହି ଶିବିରରେ ପ୍ରଦୀପ ସେଠ, ବ୍ୟାସଦେବ ପ୍ରଧାନ, ଦେବାନନ୍ଦ ଭୋଇ, ଦୁର୍ଯ୍ୟୋଧନ ପାଣ୍ଡେ, ପବିତ୍ର ବରିହା, ଅଚ୍ୟୁତ ସାହୁ, ସୁରେନ୍ ମେହେର, ଝାସକେତନ୍ ପ୍ରଧାନ, ବାସୁଦେବ ଭୋଇ, ସୁନିଲ ବରିହା, ରବୀନ୍ଦ୍ର ବରିହା, ଲୋକେଶ୍ୱର୍ ପଟେଲ, ଗଙ୍ଗା ସାଗର ପଟେଲ ପ୍ରମୁଖ ରକ୍ତଦାନ କରିଥିଲେ ଏବଂ ଅମିତ୍ ନାୟକ, ହେମକୃଷ୍ଣ ନାୟକ, ଦୁର୍ଯ୍ୟୋଧନ ପାଣ୍ଡେ, ସୋରଜ୍ ପ୍ରଧାନ ତଥା ଗ୍ରାମର ଭଦ୍ରବ୍ୟକ୍ତିମାନେ ସାହାଯ୍ୟ ଓ ସହଯୋଗ କରି ଶିବିରକୁ ସଫଲ କରିଥିଲେ ।

jayashree
Leave A Reply

Your email address will not be published.