oom

ଆଗାମୀ ବୈଶାଖ ମେଳା ପାଇଁ ସମୀକ୍ଷା ବୈଠକରେ ବରଗଡ଼ ଜିଲ୍ଲାପାଳ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ଶ୍ରୀ ନୃସିଂହନାଥ ମନ୍ଦିର ପରିସରରେ ଶୁକ୍ରବାର ଆଗକୁ ହେବାକୁ ଥିବା (ମଇ ୧ରୁ ୫ ତାରିଖ) ବୈଶାଖ ମେଳାର ୩୫ ଜଣିଆ ପରିଚାଳନା କମିଟି ସହ ବରଗଡ଼ ଜିଲ୍ଲାପାଳ ମନିଷା ବାନାର୍ଜୀ ବୈଠକରେ ଯୋଗ ଦେଇ ସମୀକ୍ଷା କରିଥିଲେ । ପ୍ରଥମ କରି ବରଗଡ ଜିଲ୍ଲାପାଳ ବୈଶାଖ ମେଳା ସମୀକ୍ଷା ବୈଠକରେ ଯୋଗ ଦେଇଥିବାରୁ କମିଟିର ସଦସ୍ୟ ଓ ମନ୍ଦିର କର୍ମଚାରୀମାନେ ଆନନ୍ଦ ପ୍ରକାଶ କରିଥିଲେ । ଏହା ପୂର୍ବରୁ ବୈଶାଖ ମେଳା ବୈଠକରେ କୌଣସି ଜିଲ୍ଲାପାଳ ଯୋଗ ଦେଇ ନ ଥିଲେ । ସଭାରେ ଉପଜିଲ୍ଲାପାଳ ସଦାକର କୁମ୍ଭାର ସଭାପତିତ୍ୱ କରିଥିବା ବେଳେ ସ୍ଥାନୀୟ ସମସ୍ତ ବିଭାଗୀୟ ଅଧିକାରୀମାନେ ଯୋଗ ଦେଇଥିଲେ ।ଜିଲ୍ଲାପାଳ ବୈଶାଖ ମେଳାରେ ମୁଖ୍ୟତଃ ପାନୀୟ ଜଳଯୋଗାଣ, ସ୍ୱାସ୍ଥ୍ୟ ଠିକ୍‌ ରଖିବା ପାଇଁ ଓଆର୍‌ଏସ୍‌ ପାଉଡର ମହଜୁତ ରଖିବା, ଅସ୍ଥାୟୀ ବିଦ୍ୟୁତ୍ ସପ୍ଲାୟ ଠିକ୍ ଭାବରେ ଯୋଗାଇବା, ଦମକଳ ବିଭାଗ ଗାଡ଼ି ଯାତାୟାତ ପାଇଁ ସୁବିଧା ଓ ଶାନ୍ତି ଶୃଙ୍ଖଳା ରକ୍ଷା ଠିକ୍ ଭାବରେ ରଖିବା ପାଇଁ ସଭାରେ ଆଲୋଚନା କରିଥିଲେ । ଶେଷରେ ସାମ୍ୱାଦିକ ତଥା ପରିଚାଳନା କମିଟି ସଦସ୍ୟ ବଡ଼ ଶତପଥୀ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.