jayashree

ଏପ୍ରିଲ ୯ ତାରିଖରେ ଉଦ୍‌ଘାଟନ ହେବ ସହରାଞ୍ଚଳ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ ସହରରେ ଥିବା ସରକାରୀ ଡାକ୍ତରଖାନାରେ ଡାକ୍ତରଙ୍କ ଅଭାବ ଲାଗି ରହୁଥିଲା । ବାରମ୍ଵାର ଜନସାଧାରଣ ତଥା ରାଜନୈତିକ ଦଳ ପକ୍ଷରୁ ବାରମ୍ଵାର ଦାବୀ କରିବା ସତ୍ତ୍ୱେ କିଛି ସୁଫଳ ନ ମିଳିବା ଦୁର୍ଭାଗ୍ୟର ବିଷୟ । ତେବେ ଆଜି ଟିଟିଲାଗଡ ଥାନା ପାର୍ଶ୍ଵରେ ଥିବା ପୁରୁଣା ଗୁଜୁରାତି ସ୍କୁଲ ସ୍ଥାନରେ ଏବେ ଏକ ନୂତନ ସହରାଞ୍ଚଳ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ଏପ୍ରିଲ ୯ ତାରିଖରେ ଉଦ୍‌ଘାଟନ ହେବା ନେଇ ରାଜସ୍ଥାନୀ ହେଲଥ୍‌ ଫାଉଣ୍ଡେସନର ଚେୟାରମେନ୍‌ ଜଗଦୀଶ ପ୍ରସାଦ ଶର୍ମା ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଚେନ୍ନାଇରେ ଏହି ରାଜସ୍ଥାନୀ ହେଲଥ୍‌ ଫାଉଣ୍ଡେସନ୍‌ ବହୁତ ଭଲ ସେବା ପ୍ରଦାନ କରୁଥିବା ଶ୍ରୀ ଶର୍ମା କହିଥିବା ବେଳେ ଏଠାରେ ମଧ୍ୟ ନିଶୁଳ୍କ ଅତ୍ୟାଧୁନିକ ସେବା ଦିଆଯିବ ବୋଲି କହିଥିଲେ । ଏହା ଜାତୀୟ ସ୍ୱାସ୍ଥ୍ୟ ମିଶନ, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଓଡିଶା ଦ୍ବାରା ପରିଚାଳନା କରାଯିବ । ତେବେ ଏଠାରେ ସ୍ବାସ୍ଥ୍ୟ ସେବା ଯୋଗାଇବା ସହିତ ସ୍ବାସ୍ଥ୍ୟ ହିଁ ସମ୍ପଦ ତଥା ରୋଗ ସମ୍ବନ୍ଧୀୟ ପ୍ରତିକାର ବ୍ୟବସ୍ଥା ବିଷୟରେ ମଧ୍ୟ ଏଠାରେ ସୁବିଧା ପ୍ରଦାନ କରିବାର ମଧ୍ୟ କାର୍ଯ୍ୟକ୍ରମ ରହିଥିବା ପ୍ରାରମ୍ଭିକ ସୂଚନା ମିଳିଛି । ତେବେ ସେ ଯାହା ବି ହେଉ ସହରବାସୀ ସ୍ବାସ୍ଥ୍ୟ ସେବା ପାଇ ପାରିବେ ତାହା ହିଁ ବଡ଼ କଥା ବୋଲି ମତ ପ୍ରକାଶ ପାଇଛି ।

Leave A Reply

Your email address will not be published.