- ହରିଣକୁ ବଞ୍ଚାଇବା ପାଇଁ ଆସିଥିବା ବେଳେ ସୁରକ୍ଷା ଅଧିକାରୀଙ୍କୁ ଆକ୍ରମଣ ଅଭିଯୋଗ
ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ଥାନା ବଡ଼ମାଳ ଗୋଳାବାରୁଦ କାରଖାନା ପରିସରରେ ଗତ ୬ ଦିନ କାରଖାନା ସୁରକ୍ଷା ବାଡ଼ ଟିଟିଲାଗଡ଼ ଥାନା ଅଧୀନସ୍ଥ ଚାନ୍ଦୋତରା ଗାଁ ନିକଟରେ ଏକ ହରିଣର ମୃତ୍ୟୁ ଘଟିଥିଲା । ଘଟଣାର ଖବର ପାଇ ଟିଟିଲାଗଡ଼ ବନ ବିଭାଗ ରେଞ୍ଜର ଲିଙ୍ଗରାଜ ଭୋଇ, ଫରେଷ୍ଟର ସୁରେନ୍ଦ୍ର ମହାରଣା, ପାରା ଫରେଷ୍ଟ ଲବ ହରପାଳ, ଭଗବାନ ମାଝୀ , ଫାୟାର ଷ୍ଟାପ ପଙ୍କଜ ଖରସେଲ ଓ ଶ୍ରୀଧର ମାଝୀ ପ୍ରମୁଖ ପହଂଚି ହରିଣର ମୃତଦେହ ଉଦ୍ଧାର କରିଥିଲେ । ପରେ ଟିଟିଲାଗଡ଼ରେ ଶବ ବ୍ୟବଛେଦ କରି ଝାରଦେବନ୍ଦ ନର୍ସରୀଠାରେ ପରିବେଶବିତ୍ ଦଳ ଗୋବିନ୍ଦ ବିଶିଙ୍କ ଉପସ୍ଥିତରେ ଶବକୁ ବନ ବିଭାଗ ତରଫରୁ ପୋତି ଦେଇଥିଲେ । ଏନେଇ ରେଞ୍ଜର ଶ୍ରୀ ଭୋଇ ପଚାରିବାରୁ ହରିଣ ଅଣ୍ଡୋକୋଷ ତଥା ବିଭିନ୍ନ ସ୍ଥାନରେ ଜୋର ଆଘାତ ଲାଗିଥିଲା ଦୀର୍ଘ ସମୟ ଧରି ଚିକିତ୍ସା କରିବା ସତ୍ୱେ ମଧ୍ୟ ହରିଣର ମୃତ୍ୟୁ ଘଟିଥିଲା ବୋଲି ପ୍ରକାଶ କରିଥିଲେ । ଅନ୍ୟପକ୍ଷରେ ହରିଣକୁ ବଞ୍ଚାଇବା ପାଇଁ ଆସିଥିବା କାରଖାନା ପରିସରର ୪୨ ଓ ୪୩ ନମ୍ବର ବେଷ୍ଟନ ଅଞ୍ଚଳରେ ସୁରକ୍ଷା ଅଧିକାରୀ କର୍ଣ୍ଣେଲ ଜନ୍ମେଜୟ ମିଶ୍ର ପହଂଚିବା ପରେ
କେତେକ ଦୁର୍ବୁତ୍ତ ବାଡ଼ି ଓ ପଥରରେ କର୍ଣ୍ଣେଲ ଶ୍ରୀ ମିଶ୍ରଙ୍କୁ ଆକ୍ରମଣ କରିଥିବା ଟିଟିଲାଗଡ଼ ଥାନାରେ ଅଭିଯୋଗ ହୋଇଛି । ଏଥିରେ ମୁଣ୍ଡରେ ଆଘାତ ଲାଗିବା ଓ ଡାହାଣ ହାତରେ ମଧ୍ୟ ଆଘାତ ଲାଗିଛି । ଏହା ସହିତ ମୁଣ୍ଡରେ ୨ଟି ଷ୍ଟିଜ ପଡ଼ିଥିବା ବେଳେ ଅବସ୍ଥା ଗୁରୁତର ହେବାରୁ ବଲାଙ୍ଗିର ଭୀମ ଭୋଇ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ଏଠାରେ ଉଲ୍ଲେଖ ଯୋଗ୍ୟ ଯେ, ହରିଣଟି ସୁରକ୍ଷା ବାଡ଼ ଦେଇ ବାହାରକୁ ଚାଲି ଯାଇଥିବା ବେଳେ ଶିକାରୀମାନଙ୍କ ହାବୁଡେ ପଡିଥିଲା । ଯାହା ଫଳରେ ତାକୁ ଶିକାରୀମାନେ ଧରିବା ଉଦ୍ୟମ କରୁଥିବା ବେଳେ କାରଖାନା ସୁରକ୍ଷା ଅଧିକାରୀ ଘଟଣାସ୍ଥଳକୁ ପହଂଚିବାରୁ ଶିକାରୀମାନେ ଅଧିକାରୀଙ୍କୁ ଆକ୍ରମଣ କରିଥିଲେ । ବର୍ତମାନ ଟିଟିଲାଗଡ଼ ପୋଲିସ ଘଟଣାସ୍ଥଳକୁ ପହଂଚି ଖୋଡ଼ତାଳ ଆରମ୍ଭ ଚଲାଇଛି ।