jsm

କଳାକାର ସମ୍ବର୍ଦ୍ଧନା ଉତ୍ସବ ପାଳିତ

csstore

ଆଗଲପୁର, (ସୁଶିଳ କୁମାର ମିଶ୍ର) : ଆଗଲପୁର ବ୍ଲକ ଅନ୍ତର୍ଗତ ଶ୍ରଦ୍ଧାପାଲିଠାରେ ସ୍ୱପ୍ନେଶ୍ୱରବାବା ଓ ପଂଚୁ ସେବା ସଦନ ତରଫରୁ ଏକ ବିରାଟ କଳାକାର ସମ୍ବର୍ଦ୍ଧନା ଉତ୍ସବ ପାଳିତ ହୋଇଯାଇଛି । ସଭା ଆରମ୍ଭ ପୂର୍ବରୁ କଳାକାରମାନେ ଏକ ମସାଲ ଶୋଭାଯାତ୍ରା କରିଥିଲେ । ତା’ପରେ ଅତିଥି ମାନଙ୍କୁ ଏକ ବିରାଟ ପଟୁଆରରେ ସଭା ମଂଚକୁ ପାଛୋଟି ନେଇଥିଲେ । ହାରାହାରି ୫୦୦ ଜଣ କଳାକାର ଯୋଗଦେଇ ତାଙ୍କ କଳା ପ୍ରଦର୍ଶନ କରିଥିଲେ । ୨୦୧୯ ବର୍ଷରୁ ଯେଉଁ କଳାକାର ମାନେ ମୁଖ୍ୟମନ୍ତ୍ରୀ କଳାକାର ଭତ୍ତା ପାଇ ଆସୁଛନ୍ତି ସେହିମାନଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ଉକ୍ତ ଉତ୍ସବରେ ବିଗତ ଦିନର କଳାକାର ମାନଙ୍କ କଳା ହଜି ଯାଉଛି ତାହାକୁ ଲୋକଲୋଚନକୁ ଆଣିବା ଓ ପ୍ରଚାର ପ୍ରସାର କରିବା ମୁଖ୍ୟ ଉଦ୍ୟେଶ୍ୟ ଥିଲା । ମୁଖ୍ୟ ଅତିଥି ଭାବେ ଭଟଲି ବିଧାୟକ ସୁଶାନ୍ତ ସିଂ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ବିଜୁ ଜନତା ଦଳର ରାଜ୍ୟ ପରିଷଦ ସଭ୍ୟ ନିହାର ରଂଜନ ବେହେରା, ଆଗଲପୁର ବ୍ଲକ ଉପାଧ୍ୟକ୍ଷା ନିରୁପମା ପଧାନ, ରିନବଚନ ସମିତି ସଭ୍ୟ, ଆଗଲପୁର ବ୍ଲକ କଳାକାର ସଂଘ ସଭାପତି ବଂଶୀଧର ବେହେରା, ସ୍ୱପ୍ନେଶ୍ୱରବାବା କଳା ପରିଷଦ ସଭାପତି ଭରତ ସାହୁ, ବିଜୁ ସାଂସ୍କୃତିକ ସମନ୍ୱୟ ସମିତି ଲୋଇସିଂହା ନିର୍ବାଚନ ମଣ୍ଡଳୀର ସଂଯୋଜକ ବ୍ରଜମୋହନ ବିଶୋଇ ପ୍ରମୁଖ ଉପସ୍ଥିତ ରହି କଳାକାର ମାନଙ୍କୁ ଉତ୍ସାହିତ କରିଥିଲେ । ମୋହନ ଲାଲ ସିକ୍କା, ବୁଦ୍ଧଦେବ ସାହୁ, ଟିକେଶ୍ୱର ତ୍ରିପାଠୀ ପ୍ରମୁଖଙ୍କ ସହଯୋଗରେ ଉତ୍ସବଟି ସୂଚାରୁ ରୂପେ ପରିଚାଳିତ ହୋଇଥିଲା ।

yuvodaya
Leave A Reply

Your email address will not be published.