lika

ତେଲେନପାଲିଠାରେ ସିଆର୍‌ପିଏଫ୍‌ ଦ୍ୱାରା ଜନ ସମ୍ପର୍କ ଶିବିର ଅନୁଷ୍ଠିତ

gbag
  • ସିଆର୍‌ପିଏଫ୍‌ ପକ୍ଷରୁ ବିଭିନ୍ନ ସାମଗ୍ରୀ ବଣ୍ଟନ

ଖପ୍ରାଖୋଲ, (ଅଶୋକ ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଅନ୍ତର୍ଗତ ତେଲେନପାଲିଠାରେ ସିଆର୍‌ପିଏଫ୍‌ ୧୮୯ ବାଟାଲିୟନ ଦ୍ୱାରା ଜନ ସମ୍ପର୍କ ଶିବିର ଅନୁଷ୍ଠିତ ହୋଇଥିବା ବେଳେ ଲୋକଙ୍କୁ ବିଭିନ୍ନ ସାମଗ୍ରୀ ବଣ୍ଟନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ମାଓ ପ୍ରବଣ ଅଞ୍ଚଳର ଆଇନ ଶୃଙ୍ଖଳା ରକ୍ଷା ତଥା ସାଧାରଣ ଜନତାଙ୍କ ସୁରକ୍ଷା ପାଇଁ ନିୟୋଜିତ ୧୮୯ ବାଟାଲିୟନ୍ ଅସାମାଜିକ କାର୍ଯ୍ୟକଳାପ ବିରୁଦ୍ଧରେ ଅଭିଯାନ ଚଲାଇବା ସହିତ ଦେଶକୁ ସୁରକ୍ଷା ଏବଂ ପରିବେଶକୁ ସ୍ୱଚ୍ଛ ରଖିବାରେ ମଧ୍ୟ ଅମୂଲ୍ୟ ଅବଦାନ ରଖିଛି । ୧୮୯ ବାଟାଲିୟନ କମାଣ୍ଡେଣ୍ଟ ଧୀରଜ କୁମାର ସିଂଙ୍କ ନିର୍ଦ୍ଦେଶନାରେ, ଆସିଷ୍ଟାଣ୍ଟ କମାଣ୍ଡେଣ୍ଟ ସତ୍ୟବୀର ସିଂ, ଭାନପୁର ସରପଞ୍ଚ ଶ୍ରୀମତୀ ରୀନା ଜାଲ ଏବଂ ଯବାନମାନେ ଏହି ଆୟୋଜନରେ ଯୋଗ ଦେଇଥିବା ବେଳେ ଆସିଷ୍ଟାଣ୍ଡ କମାଣ୍ଡେଣ୍ଟ ସତ୍ୟବୀର ସିଂ ଜନସାଧାରଣଙ୍କୁ ସମ୍ବୋଧିତ କରି ଗ୍ରାମବାସୀ ଏବଂ ସିଆର୍‌ପିଏଫ୍‌ ମିଳିମିଶି କିପରି ନକ୍ସଲ ଗତିବିଧି ବନ୍ଦ କରିବାକୁ ପଡିବ ତଥା ଆମ ଆଗାମୀ ପିଢ଼ିକୁ ଏକ ସୁସ୍ଥ ଏବଂ ସୁନ୍ଦର ଭାରତ ଦେବାକୁ ପଡ଼ିବ ବୋଲି କହିଥିଲେ । ଏହି ଅବସରରେ ସିଆର୍‌ପିଏଫ୍‌ ଦ୍ୱାରା ୧୧୯ ଜଣ ଗ୍ରାମବାସୀଙ୍କୁ କୁରାଢ଼ୀ, ବେଲଚା, ରଫା, ଗଈନ୍ତି, ପ୍ରେସର କୁକର, କଢେଇ ଆଦି ବିଭିନ୍ନ ସାମଗ୍ରୀ ବଣ୍ଟନ କରାଯାଇଥିଲା । ଏହି ଶିବିରରେ ମନୋରଞ୍ଜନ ବାରିକ, ଉମାକାନ୍ତ ଖମାରୀ ଏବଂ ଗ୍ରାମବାସୀ ସହ ଆଖପାଖ ଅଞ୍ଚଳର ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ।

babaa
Leave A Reply

Your email address will not be published.