oom

ଖଡିଆଳ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ବିଶ୍ଵ ନାଟ୍ୟ ଦିବସ ପାଳିତ

jsmm

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ଖଡିଆଳ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ବିଶ୍ଵ ନାଟ୍ୟ ଦିବସ ପାଳିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ନାଟ୍ୟକାର ଜିତେନ୍ଦ୍ର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଖଡିଆଳ ରାଜା ଆର୍ତ୍ତତ୍ରାଣ ଉଚ୍ଚ ବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ତଥା ନାଟ୍ୟକାର ବଳଭଦ୍ର ମହାନ୍ତି ମୁଖ୍ୟ ଅତିଥି, ନୂଆପଡା ନ୍ୟାସନାଲ୍‌ କଲେଜର ଅବସରପ୍ରାପ୍ତ ଅଧ୍ୟକ୍ଷ ମେଜର ରାମଚନ୍ଦ୍ର ମିଶ୍ର ମୁଖ୍ୟବକ୍ତା ଏବଂ ଅବସରପ୍ରାପ୍ତ ଶିକ୍ଷକ ଜଗବନ୍ଧୁ ବାରିକ ଏବଂ ସତୀଶ ଚନ୍ଦ୍ର ପଟ୍ଟନାୟକ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ ।

ଓଡିଶା ନାଟ୍ୟ ଆନ୍ଦୋଳନରେ ଖଡିଆଳର ଭୂମିକା ଉପରେ ଆଲୋକପାତ କରିବା ସହ ଖଡିଆଳକୁ ନାଟ୍ୟ ଆନ୍ଦୋଳନର ଏନ୍ତୁଡିଶାଳ ବୋଲି ଅତିଥିମାନେ ପ୍ରକାଶ କରିଥିଲେ । ଯାହା ପ୍ରମାଣିତ କରିଛି ଖଡିଆଳର ବୀରବିକ୍ରମ ସ୍ଥାୟୀ ରଙ୍ଗମଞ୍ଚ । ୧୮୯୫ ମସିହାରେ ତତ୍କାଳୀନ ରାଜା ବ୍ରଜରାଜ ସିଂ ଦେଓ ସ୍ଥାପନ କରିଥିଲେ । ଏଣୁ ଉକ୍ତ ପରମ୍ପରାକୁ ଖଡିଆଳ ସାଂସ୍କୃତିକ ଅନୁଷ୍ଠାନ ବଜାୟ ରଖିଥିବାରୁ ଏହାକୁ ପ୍ରଶଂସା କରିଥିଲେ । ଗୌରାଙ୍ଗ ସାହୁ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଅନୁଷ୍ଠାନର ସହ ସମ୍ପାଦକ ବିଭୂତି ଭୂଷଣ ବିଶି ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ଏହି ଅବସରରେ ଖଡିଆଳ ଅଞ୍ଚଳର ବିଶିଷ୍ଟ ନାଟ୍ୟକାର ତଥା ସଂଗୀତ ନିର୍ଦ୍ଦେଶକ ଚଳାନପଡା-ଗୋଇମୁଣ୍ଡି ଗାଁର କ୍ଷୀରପ୍ରସାଦ ରାଉତରାୟଙ୍କୁ ସମ୍ମାନିତ କରାଯାଇଥିଲା ।

jittmm
Leave A Reply

Your email address will not be published.