oom

ଦୁର୍ଘଟଣାରେ ଆହତମାନଙ୍କୁ ଭେଟିଲେ ସାଂସଦ ଜୁଏଲ ଓରାମ

jsmm

ରାଉରକେଲା, (ସସ୍ମିତା ପ୍ରଧାନ) : ଭୁବନେଶ୍ୱରରୁ ରାଉରକେଲା ଆସୁଥିବା ପ୍ରଭା ଯାତ୍ରୀବାହୀ ବସ୍‌ ଗତକାଲି ଜାତୀୟ ରାଜପଥରେ ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ବହୁ ଯାତ୍ରୀ ଆହାତ ହୋଇ ରାଉରକେଲା ଜେ.ପି ହସ୍ପିଟାଲରେ ଚିକିତ୍ସିତ ହେବା ଖବର ପାଇବା ମାତ୍ରେ ସୁନ୍ଦରଗଡ ସାଂସଦ ତଥା ସଂସଦୀୟ ପ୍ରତିରକ୍ଷା କମିଟି ଅଧ୍ୟକ୍ଷ ଜୁଏଲ ଓରାମ ସେମାନଙ୍କୁ ହସ୍ପିଟାଲରେ ଭେଟିବା ସହିତ ସେମାନଙ୍କ ସ୍ୱାସ୍ଥ୍ୟ ବିଷୟରେ ଡାକ୍ତରଙ୍କ ସହିତ କଥାବାର୍ତ୍ତା କରିଥିଲେ । ଚିକିତ୍ସିତଙ୍କୁ ସମସ୍ତ ପ୍ରକାର ସହାୟତା କରିବା ପାଇଁ ପ୍ରତିଶୃତି ଦେଇଛନ୍ତି । ଏହି ଦୁର୍ଘଟଣା ଅତ୍ୟନ୍ତ ଦୁର୍ଭାଗ୍ୟପୂର୍ଣ୍ଣ ବୋଲି ସେ ପ୍ରକାଶ କରିଥିଲେ । ଶ୍ରୀ ଓରାମଙ୍କ ସହିତ ବିଜେପି ଜିଲ୍ଲା ସଭାନେତ୍ରୀ ଲତିକା ପଟ୍ଟନାୟକ, ରାଷ୍ଟ୍ରୀୟ ଅନୁସୂଚିତ ଜନଜାତି କାର୍ଯ୍ୟକାରିଣୀ ସଦସ୍ୟା ପୂର୍ଣ୍ଣିମା କେରକେଟା ପ୍ରମୁଖ ଉପସ୍ଥିତ ଥିଲେ ବୋଲି ଜିଲ୍ଲା ମୁଖପାତ୍ର ଗଙ୍ଗାଧର ଦାଶ ଏକ ପ୍ରେସ୍‌ ବିବୃତିରେ ଜଣାଇଛନ୍ତି ।

jittmm
Leave A Reply

Your email address will not be published.