ଯୁଗ୍ମ ମତ୍ସ୍ୟ ପରିଚାଳନା ଓ ଗୋଷ୍ଠୀ ଜୀବିକା ଉନ୍ନୟନ ବୈଠକ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ସହର ସ୍ଥିତ ଦକ୍ଷିଣ ଫାଉଣ୍ଡେସନ କାର୍ଯ୍ୟାଳୟରେ ଯୁଗ୍ମ ମତ୍ସ୍ୟ ପରିଚାଳନା ଓ ଗୋଷ୍ଠୀ ଜୀବିକା ଉନ୍ନୟନ ବୈଠକ ଦକ୍ଷିଣ ଫାଉଣ୍ଡେସନ ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଗଞ୍ଜାମ ଜିଲ୍ଲାର ଗଞ୍ଜାମ ବ୍ଲକ ଓ ଛତ୍ରପୁର ବ୍ଲକର ବିଭିନ୍ନ ମତ୍ସ୍ୟଜୀବୀ ସଂଗଠନ, ସାମୁଦ୍ରିକ ମତ୍ସ୍ୟଜୀବୀ ସମ୍ପ୍ରଦାୟ ଓ କୈବର୍ତ୍ତ ସମ୍ପ୍ରଦାୟର ବ୍ୟକ୍ତି ବିଶେଷ ଆଲୋଚନାରେ ବୈଠକରେ ଭାଗନେବା ସହ ମତ୍ସ୍ୟଜୀବୀଙ୍କ ଜୀବନ ଜୀବିକା ସମ୍ପର୍କରେ ନିଜ ନିଜର ସୁଚିନ୍ତିତ ବକ୍ତବ୍ୟ ପ୍ରଦାନ କରିଥିଲେ । ପାରମ୍ପରିକ ମତ୍ସ୍ୟଜୀବୀମାନଙ୍କ କେଉଁ କାରଣରୁ ମାଛ ମାରି ଜୀବିକା ନିର୍ବାହ କରିବା କ୍ଷେତ୍ରରେ ସମସ୍ୟା ସୃଷ୍ଟି ହୋଇଛି ଫଳରେ ସେମାନଙ୍କ ଆର୍ଥିକ ଅବନତି ଘଟିଛି । ଯାହାକୁନେଇ ମତ୍ସ୍ୟଜୀବୀମାନେ ଭିଟା ମାଟି ଛାଡି ଦାଦନ ଖଟିବା ପାଇଁ ଅନ୍ୟ ରାଜ୍ୟମାନଙ୍କୁ ଯିବା ପାଇଁ ବାଧ୍ୟ ହୋଇଥାନ୍ତି । ସେମାନଙ୍କ ସାମାଜିକ ଓ ଅର୍ଥନୈତିକ ପ୍ରଗତି କିପରି ହୋଇପାରିବ, ସେମାନଙ୍କ ପାଇଁ ଜୀବନ ବୀମା, ଅଧିକାର ଓ ସରକାରୀ ସୁବିଧା କ’ଣ ରହିଛି ସେ ସମ୍ବନ୍ଧରେ ଆଲୋଚନା ହୋଇଥିଲା ।

ଓଡିଶା ପାରମ୍ପରିକ ମତ୍ସ୍ୟଜୀବୀ ସଙ୍ଘ ସାଧାରଣ ସମ୍ପାଦକ କେ. ଏଲେୟା, ଜିଲ୍ଲା ପାରମ୍ପରିକ ମତ୍ସ୍ୟଜୀବୀ ସଙ୍ଘର ସାଧାରଣ ସମ୍ପାଦକ ସି ଏଚ. ବାବାଜୀ, ପୂର୍ବତନ ସରପଞ୍ଚ ଏ. କାଳେୟା, ୟୁଏଏ ସମ୍ପାଦକ ମଙ୍ଗରାଜ ପଣ୍ଡା, ଭିୟୁଷ ଏନଜିଓ ପ୍ରତିଷ୍ଠାତା ଭୀମା ରାଓ, ସ୍ୱାଧୀନ ପରାମର୍ଶଦାତା ଶିଶିର ପ୍ରଧାନ, ପ୍ରାଥମିକ ସାମୁଦ୍ରିକ ମତ୍ସ୍ୟଜୀବୀ ସମବାୟ ସଙ୍ଘ ସମ୍ପାଦିକା ଏମ. ପାର୍ବତୀ, ମା’ ଗଙ୍ଗାଦେବୀ ସାମୁଦ୍ରିକ ମତ୍ସ୍ୟଜୀବୀ ସଙ୍ଘ ପୂର୍ବତନ ସଭାପତି ବି. ଗଜ, ଗ୍ରାମ୍ୟ ଉନ୍ନୟନ କମିଟି ମେମ୍ବର ଜି. ଦାନେୟା, ପୁରୁଣାବନ୍ଧ ଗ୍ରାମ୍ୟ ସଭାପତି ମାଗତା ବେହେରା, ସମାଜସେବୀ ଉମାକାନ୍ତ ବେହେରା ପ୍ରମୁଖଙ୍କ ସହ ସମୁଦ୍ର ମିତ୍ର ସଦସ୍ୟ ଓ ସଦସ୍ୟାମାନେ ଉପସ୍ଥିତ ରହି ଋଷିକୁଲ୍ୟା ନଦୀ, ସମୁଦ୍ର, ଚିଲିକା ପାଲୁର ସାହେବ କେନାଲରେ ନିର୍ଭରଶୀଳ ପାରମ୍ପରିକ ମତ୍ସ୍ୟଜୀବୀଙ୍କ ବିଭିନ୍ନ ସମସ୍ୟା ଓ ତାର ପ୍ରତିକାର ସମ୍ବନ୍ଧରେ ଦକ୍ଷିଣ ଫାଉଣ୍ଡେସନର କର୍ମକର୍ତ୍ତାମାନଙ୍କ ସହ ଆଲୋଚନାରେ ଭାଗ ନେଇଥିଲେ ।

jittmm
Leave A Reply

Your email address will not be published.