centurian jitm

ଗଞ୍ଜାମ ସହରକୁ ସୁନ୍ଦର କରିବା ପାଇଁ ଗ୍ରାମରେ ବୃକ୍ଷ ରୋପଣ

nschool

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ସହରକୁ ସୁନ୍ଦର କରି ଗଢିବା ସଂକଳ୍ପ ଗଞ୍ଜାମ ସହରବାସୀଙ୍କୁ ମନମୋହିତ କରୁଛି । ପରିବେଶ ସୁରକ୍ଷା ନିମନ୍ତେ ବୃକ୍ଷ ରୋପଣର ଆବଶ୍ୟକତା ରହିଛି । ଯାହାକୁ ନେଇ ଗଞ୍ଜାମ ତହସିଲଦାର ଅରୁଣ କୁମାର ନାୟକ ଓ ଗଞ୍ଜାମ ବିଜ୍ଞାପିତ ଅଞ୍ଚଳ ପରିଷଦ ନିର୍ବାହୀ ଅଧିକାରୀ ଅବିନାଶ ମିଶ୍ରଙ୍କ ଉଦ୍ୟମକ୍ରମେ ଗଞ୍ଜାମ ଏନ୍‌ଏସି ପୁରୁଣା ଜାତୀୟ ରାଜପଥରେ ଗୁରୁବାର ବୃକ୍ଷ ରୋପଣ କରାଯାଇଛି । ଦାମୋଦରପୁର ଗ୍ରାମ ୧୨ନଂ. ୱାର୍ଡ଼ କାଉନସିଲର ପି. ଚନ୍ଦ୍ରଶେଖରଙ୍କ ତତ୍ୱାବଧାନରେ ଉକ୍ତ ସବୁଜ ସୁନ୍ଦର କାର୍ଯ୍ୟକ୍ରମରେ ୧୦୦ ଗୋଟି ମାଡ୍ଗସର ଆଲମଣ୍ଡ ଗଛ ୧୬ ନମ୍ବର ଜାତୀୟ ରାଜପଥ ନିକରରୁ ଉଭୟ ପାର୍ଶ୍ୱରେ ଗଛ ଗୁଡିକ ରୋପଣ କାର୍ଯ୍ୟ ଆରମ୍ଭ ହୋଇଯାଇଛି ।

ଉକ୍ତ କାର୍ଯ୍ୟକ୍ରମରେ ତହସିଲଦାର ଶ୍ରୀ ନାୟକ ଓ ଇଓ ଶ୍ରୀ ମିଶ୍ର ଯୋଗ ଦେଇ ବୃକ୍ଷ ରୋପଣ କରି ଉକ୍ତ କାର୍ଯ୍ୟକ୍ରମର ଶୁଭରମ୍ଭ କରିଥିଲେ । ଗଞ୍ଜାମ କଲେଜ ଅଧ୍ୟକ୍ଷ ଡ଼. ପ୍ରବୀଣ କୁମାର ନନ୍ଦ ପହଞ୍ଚି ବୃକ୍ଷ ରୋପଣ କରିବା ସହ ଦାମୋଦରପୁର ଗ୍ରାମର ଯୁବଗୋଷ୍ଠୀଙ୍କ ଦ୍ୱାରା ସହଯୋଗରେ ହେଉଥିବା ଉକ୍ତ ସୁନ୍ଦର କାର୍ଯ୍ୟକ୍ରମକୁ ଉଚ୍ଚ ପ୍ରଶଂସା କରିଥିଲେ । ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଗୋପାଳ ବେହେରା, ଓଡିଶା ସମ୍ବାଦିକ ସଙ୍ଘ ଗଞ୍ଜାମ ଜିଲ୍ଲା କାର୍ଯ୍ୟକାରୀ ସଭାପତି ଉମାକାନ୍ତ ବେହେରାଙ୍କ ସହଯୋଗରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ।

ଏନ୍‌ଏସି ଉପନଗରପାଳ ସୁରେନ୍ଦ୍ର କୁମାର ବାରିକି, ବିଜେଡି ନଗର ଯୁବ ସଭାପତି ସୁଧିର କୁମାର ପାଢ଼ୀ, ଆରଆଇ ରବିନ୍ଦ୍ର କୁମାର ପ୍ରଧାନ, ପ୍ରୋଗ୍ରାମ କୋଡିନେଟର ଚିନ୍ମୟ ପୃଷ୍ଟି, ସିଏମଏମ ଭାଗ୍ୟଶ୍ରୀ ନାୟକ, ସାନିଟେସନ ମୁଖ୍ୟ ସୁମିତ କୁମାର ବେହେରା, ସାନିଟେସନ ଜମାଦାର ଉତ୍ତମ କୁମାର ବେହେରା, ଠିକାଦାର ହାଡ଼ିଆ ମହାପାତ୍ର, ସ୍ୱେଚ୍ଛାସେବୀ ଦୀପକ କୁମାର ବେହେରା, ପ୍ରସାଦ ବେହେରା ପ୍ରମୁଖ ଯୋଗଦେଇ ଗୋଟିଏ ଗୋଟିଏ ବୃକ୍ଷ ରୋପଣ କରିବା ସହ ବୃକ୍ଷ ରୋପଣ କରି ତାର ଯତ୍ନ ନେବା ନିମନ୍ତେ ମତବ୍ୟକ୍ତ କରିଥିଲେ ।

Leave A Reply

Your email address will not be published.