ବିଶ୍ଵ ବନ ଦିବସ ଜିଲ୍ଲା ସ୍ତରରେ ବଇଦପାଲି, ରାଜ୍ୟ ସ୍ତରରେ କୁଳିପୋଷ ଓ ବଣାଇରୁ ପୁରସ୍କୃତ

ବଣାଇ, (ନାରାୟଣ ଚନ୍ଦ୍ର ବେହେରା) : ସାରା ବିଶ୍ୱରେ ମାର୍ଚ୍ଚ ୨୧କୁ ବନ ଦିବସ ଭାବେ ପାଳନ କରାଯାଉଥିବା ବେଳେ ସୁନ୍ଦରଗଡ଼ ଜିଲ୍ଲା ବିକାଶ ଭବନଠାରେ ଜିଲ୍ଲାସ୍ତରୀୟ ବିଶ୍ଵ ବନ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ରାଉରକେଲା ବନମଣ୍ଡଳର ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ଡ. ଅରୁଣ କୁମାର ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବନ ଦିବସ ପାଳନର ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକପାତ କରିବା ସହ ଜଙ୍ଗଲର ପ୍ରକାର, ଦେଶରେ ଥିବା ବିଭିନ୍ନ ଜାତୀୟ ଉଦ୍ୟାନ, ଯୁଗ୍ମ ବନ ପରିଚାଳନା, ଇକୋ ଟୁରିଜିମ୍, ବନ ସୁରକ୍ଷା ନିମନ୍ତେ ଅତୀତରେ କରାଯାଇଥିବା ବିଭିନ୍ନ ଆନ୍ଦୋଳନ ଆଦି ସମ୍ପର୍କରେ ଉପସ୍ଥାପନା କରିଥିଲେ । ଏହା ଛଡ଼ା ଡ. ମିଶ୍ର ନୂତନ ଜଙ୍ଗଲ ସୃଷ୍ଟି, ଜଙ୍ଗଲ ସୁରକ୍ଷା ଓ ବନାଗ୍ନି ସମ୍ପର୍କରେ ଜନ ସଚେତନତା ଉପରେ ଆଲୋଚନା କରିଥିଲେ । ଏହି ଅବସରରେ ୨୦୨୨ ବର୍ଷ ପାଇଁ ବନୀକରଣ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ବଣାଇ ଉପଖଣ୍ଡ କେନ୍ଦ୍ରିକଳା ପଞ୍ଚାୟତ ଅନ୍ତର୍ଗତ ବଇଦପାଲି ସରକାରୀ (ଏସ୍‌ଏସ୍‌ଡି) ବାଳିକା ଉଚ୍ଚ ବିଦ୍ୟାଳୟକୁ ପୁରସ୍କୃତ କରାଯାଇଥିଲା । ସେହିପରି ଭାବେ ରାଜ୍ୟସ୍ତରୀୟ ବିଶ୍ଵ ବନ ଦିବସ ସମାରୋହରେ ପର୍ଯ୍ୟଟନ ସ୍ଥଳୀର ବିକାଶ ଓ ବନୀକରଣରେ ବିଶେଷ ଅବଦାନ ପାଇଁ କୁଳିପୋଷ ରେଞ୍ଜ ଅଧିକାରୀ ମୁକ୍ତିକାନ୍ତ ପରିଡ଼ା ଓ ବଣାଇ ରେଞ୍ଜ ଅଧିନସ୍ଥ ଧରଣୀଧରପାଲିର ବନରକ୍ଷୀ ଲୋକଙ୍କ ସହିତ ସୁସମ୍ପର୍କ ଓ ସମନ୍ୱୟ ରଖିବା ସହ ହାତୀ ସୁପରିଚାଳନା କରିବାରେ ତାଙ୍କର ଦକ୍ଷତାକୁ ନେଇ ଓଡ଼ିଶା ମୁଖ୍ୟ ପ୍ରଧାନ ବନ ସଂରକ୍ଷକଙ୍କ ଉପସ୍ଥିତିରେ ରାଜ୍ୟ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ପ୍ରଦୀପ ଅମାତ ପୁରସ୍କୃତ କରିଛନ୍ତି ।

jittmm
Leave A Reply

Your email address will not be published.