ସରପଞ୍ଚ ସଂଘ ଗଠନ କରିବା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ସରପଞ୍ଚ ସଂଘ ଗଠନ କରିବା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବରଗଡ଼ ଜିଲ୍ଲାର ପ୍ରାୟ ସମସ୍ତ ବ୍ଲକର ସଭାପତି ସମ୍ପାଦକମାନେ ଯୋଗ ଦେଇଥିଲେ । ଗୋବିନ୍ଦପୁର ସରପଞ୍ଚ ପ୍ରଫୁଲ୍ଲ ନାୟକଙ୍କ ସଭାପତିତ୍ୱରେ ଏହି ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ସଂଗଠନର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ପଞ୍ଚାୟତ ସ୍ତରରେ ବିଭିନ୍ନ ସମସ୍ୟାର ସମାଧାନ ସହ ନିଜ ଅଞ୍ଚଳରେ ଉନ୍ନୟନମୂଳକ କାମ କେମିତି ତ୍ୱରାନ୍ୱିତ ହୋଇ ପାରିବ । ବୈଠକ ପରିଶେଷରେ ନିରଞ୍ଜନ ମଲ୍ଲିକ ସମସ୍ତଙ୍କୁ ଧନ୍ୟବାଦ୍ ଦେଇଥିବା ବେଳେ ଆସନ୍ତା ୨୬ ତାରିଖରେ ପୁଣି ସମସ୍ତ ସରପଞ୍ଚମାନଙ୍କୁ ନେଇ ବୈଠକ ହେବା ସହ ସ୍ଥାୟୀ କମିଟି ଗଠନ କରାଯିବାକୁ ନିଷ୍ପତ୍ତି ନିଆଯାଇଥିଲା ।

Leave A Reply

Your email address will not be published.