jsm

ଦଶମ ଶ୍ରେଣୀ ସମ୍ମେଟିଭ-୨ ପରୀକ୍ଷା ପରିଚାଳନାରେ ବୋର୍ଡର ତ୍ରୁଟିକୁ ଏଆଇଡିଏସ୍‌ଓର ଦୃଢ ନିନ୍ଦା

csstore

ବଲାଙ୍ଗିର, (କେପିଏନ୍‌ଏସ୍‌) : ଚଳିତ ବର୍ଷ ଓଡିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଦଶମ ଶ୍ରେଣୀ ସମ୍ମେଟିଭ-୨ ପରୀକ୍ଷା ସାମାଜିକ ବିଜ୍ଞାନ ପ୍ରଶ୍ନପତ୍ରରେ ଯେଉଁ ଭଳି ବ୍ୟାପକ ଭାବେ ତୃଟି ପରିଲକ୍ଷିତ ହୋଇଛି ତାହା ଅତ୍ୟନ୍ତ ନିନ୍ଦନୀୟ । ଯେହେତୁ ମ୍ୟାଟ୍ରିକ ପରୀକ୍ଷା ଛାତ୍ର ଛାତ୍ରୀମାନଙ୍କ ଭବିଷ୍ୟତ ଗଢିବାର ପ୍ରଥମ ପାହାଚ ତେଣୁ ବିଭିନ୍ନ ସମୟରେ ପରୀକ୍ଷା ପରିଚାଳନା କ୍ଷେତ୍ରରେ ତୃଟି ଏବଂ ବୋର୍ଡ କର୍ତ୍ତୃପକ୍ଷଙ୍କ ଖାମଖିଆଲି ମନୋଭାବ ଛାତ୍ର ଛାତ୍ରୀମାନଙ୍କୁ ଆଶଙ୍କା ଭିତରକୁ ଠେଲି ଦେଉଛି । ଏହିଭଳି ଏକ ଗୁରୁତର ତ୍ରୁଟିକୁ ବୋର୍ଡ କର୍ତ୍ତୃପକ୍ଷ ଗଣମାଧ୍ୟମ ସମ୍ମୁଖରେ ଏହା ଏକ ମୁଦ୍ରଣ ଜନିତ ତ୍ରୁଟି ଦର୍ଶାଇବା ଦୁର୍ଭାଗ୍ୟଜନକ । ତେଣୁ ଛାତ୍ର ଛାତ୍ରୀଙ୍କର ବୃହତ୍ତର ସ୍ୱାର୍ଥକୁ ଆଖି ଆଗରେ ରଖି ଦଶମ ଶ୍ରେଣୀ ସମ୍ମେଟିଭ-୨ ପରୀକ୍ଷା ତ୍ରୁଟିପୂର୍ଣ୍ଣ ପ୍ରଶ୍ନପତ୍ର ପ୍ରକାଶନରେ ସଂପୃକ୍ତ ବ୍ୟକ୍ତି ବିଶେଷଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ, ତ୍ରୁଟିପୂର୍ଣ୍ଣ ପ୍ରଶ୍ନପତ୍ର ପାଇଥିବା ଛାତ୍ର ଛାତ୍ରୀମାନଙ୍କ ପରୀକ୍ଷା ଖାତାର ସଠିକ୍‌ ମୂଲ୍ୟାୟନ କରି ଫଳ ପ୍ରକାଶନ କରାଯାଉ, ବୋର୍ଡର ପ୍ରଶ୍ନପତ୍ର ପ୍ରକାଶନ ଓ ସମ୍ପୂର୍ଣ୍ଣ ପରୀକ୍ଷା ପରିଚାଳନା ଆଉଟ ସୋର୍ସିଂ ବନ୍ଦ କରାଯାଉ, ବୋର୍ଡ କର୍ତ୍ତୃପକ୍ଷ ନିଜର ଖାମଖିଆଲି ମନୋବୃତ୍ତିରୁ ନିବୃତ୍ତ ରୁହନ୍ତୁ ଆଦି ଚାରି ଦଫା ଦାବୀରେ ଏଆଇଡିଏସ୍‌ଓ ବଲାଙ୍ଗିର ଜିଲ୍ଲା କମିଟି ପକ୍ଷରୁ ବଲାଙ୍ଗିର ଜିଲ୍ଲାପାଳଙ୍କ ଜରିଆରେ ସଭାପତି ମାଧ୍ୟମିକ ଶିକ୍ଷା ପରିଷଦ, ଓଡିଶାକୁ ଦାବୀପତ୍ର ପ୍ରଦାନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଏଆଇଡିଏସ୍‌ଓ ରାଜ୍ୟ ଉପସଭାପତି ସୁନିଲ ଭୋଇ, ଜିଲ୍ଲା ସଭାପତି ମଧୁସୁଦନ ବାଗ, ଗୌରୀ ରାଉତ ଉପସ୍ଥିତ ଥିଲେ ।

yuvodaya
Leave A Reply

Your email address will not be published.