ଆଗଲପୁର, (ସୁଶିଳ କୁମାର ମିଶ୍ର) : ରାଜ୍ୟ ସରକାର ପ୍ରତ୍ୟେକ ବ୍ଲକକୁ ଗୋଟିଏ ଲେଖାଏଁ ମହାପ୍ରୟାଣ ଗାଡି ଯୋଗାଇଦେବାକୁ ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ଆଜି ପର୍ଯ୍ୟନ୍ତ ଆଗଲପୁର(ଡୁଡୁକା) ବ୍ଲକକୁ ମହାପ୍ରୟାଣ ଗାଡି ଯୋଗାଇ ଦିଆଯାଇ ନଥିବାରୁ ଗରିବ ଅସହାୟ ଲୋକଙ୍କ ମୃତ୍ୟୁ ଘଟିଲେ ଶବ ନେବା ପାଇଁ ବହୁତ ହଇରାଣ ହେଉଛନ୍ତି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି । ମହାପ୍ରୟାଣ ଗାଡି ନଥିବାରୁ ମରଶରୀରକୁ ନେବାକୁ ବାହାର ଗାଡି ଉପରେ ନିର୍ଭର କରି ବହୁତ ଖର୍ଚ୍ଚାନ୍ତ ହେବାକୁ ପଡୁଛି । ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ମହାପ୍ରୟାଣ ଗାଡି ଯୋଗାଇ ଦେବାକୁ ସାଧାରଣରେ ଦାବୀ ହୋଇଛି ।
Next Post