centurian jitm

ସାଂପ୍ରତିକ ସମାଜରେ ଶିକ୍ଷକଙ୍କ ଭୂମିକା ଶୀର୍ଷକ ଆଲୋଚନାଚକ୍ର

nschool

ବଲାଙ୍ଗିର, (କେପିଏନ୍‌ଏସ୍‌) : ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ, ବଲାଙ୍ଗିର ଜିଲ୍ଲା ଆନୁକୂଲ୍ୟରେ ବଲାଙ୍ଗିର ସହରର ମିଶନଙ୍କ ପାଉଣ୍ଡ ସ୍ଥିତ କମ୍ୟୁନିଟି ହଲ୍‌ଠାରେ ଏହି ଶୈକ୍ଷିକ ଆଲୋଚନାଚକ୍ରଟି ଆଚାର୍ଯ୍ୟ ନରେଶ ମାଥ୍ୟୁସଙ୍କ ସଭାପତିତ୍ୱ ଓ ମୁଖ୍ୟ ଅତିଥି ସ୍ୱଲପୁର ଧର୍ମାଞ୍ଚଳର ବିଶପ୍‌ ପବିତ୍ରଚାର୍ଯ୍ୟ ଡ. ପିନୁଏଲ ଦୀପ, ସମ୍ମାନିତ ଅତିଥି ବଲାଙ୍ଗିର ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ଲୋକନାଥ ସୁନା, ଏବିଇଓ କୈଳାଶ କୁମ୍ଭାର, ନିଖିଳ ଉତ୍କଳ ନିମ୍ନ ମାଧ୍ୟମିକ ଅବସରପ୍ରାପ୍ତ ଶିକ୍ଷକ ସଂଘର ରାଜ୍ୟ ସଂପାଦକ ଶ୍ୟାମ ସୁନ୍ଦର ଦାଶ, ମୁଖ୍ୟ ବକ୍ତା ପ୍ରଫେସର ଡେଭିଡ୍‌ ସାଗର, ରାଜ୍ୟ ସଂଘର କାର୍ଯ୍ୟକାରୀ ସଭାପତି ଶିଶିର ଖଟୁଆ, ସହ ସଂପାଦକ ପ୍ରଶାନ୍ତ ପୁରୋହିତ, ନବ ଜୀବନ ବିଦ୍ୟାପୀଠର ପ୍ରଧାନ ଶିକ୍ଷକ କିଶୋର ବାଗ, ଭଞ୍ଜ କିଶୋର ନାଗ, ସଂପାଦକ ମିଶନ ବାଳକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବଲାଙ୍ଗିରଙ୍କ ସମେତ ଜିଲ୍ଲାର ପ୍ରମୁଖ ଆଇନଜୀବୀ ପ୍ରହଲ୍ଲାଦ ଅଗ୍ରୱାଲ ଆଲୋଚନାରେ ସକ୍ରିୟ ଅଂଶଗ୍ରହଣ କରିଥିଲେ । ଏହି ସଭାଟିକୁ ଅନୁପମା ପ୍ରହରାଜ, ହରେକୃଷ୍ଣ ରଥ, ମନମୋହନ ଲିମା ପ୍ରମୁଖ ଆୟୋଜନ କରିଥିଲେ । ଏଥିରେ ବଲାଙ୍ଗିର ଜିଲ୍ଲାର ବିଭିନ୍ନ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ ବିଭିନ୍ନ ବ୍ଲକର ଶିକ୍ଷକ ପ୍ରତିନିଧିମାନେ ଯୋଗଦାନ କରିଥିଲେ । ସଭାରେ ବଲାଙ୍ଗିର ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘର ଅଧ୍ୟକ୍ଷ ତଥା ପରାମର୍ଶଦାତା ଆଚାର୍ଯ୍ୟ ସୁଚିତ୍ରା ସୁନାଙ୍କୁ ଶିକ୍ଷକ ସମାଜ ପକ୍ଷରୁ ଜଣେ କୃତି ଅବସରପ୍ରାପ୍ତ ଶିକ୍ଷକ ପ୍ରତିନିଧି ଭାବେ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ସଭାରେ ରସୁଲ ଖାନ, ବସନ୍ତ ବୁଡେକ, ସତ୍ୟ ନାରାୟଣ ସାହୁ, ଦୁର୍ଯ୍ୟୋଧନ ପଶାୟତ, କୈଳାସ ଚନ୍ଦ୍ର କର୍ତ୍ତୀ ଶିକ୍ଷକମାନଙ୍କର ପୁରୁଣା ପେନସନ୍‌ ସ୍କିମ ଲାଗୁ ପାଇଁ ସରକାରଙ୍କୁ ପ୍ରସ୍ତାବ ଦେବାକୁ ଜିଲ୍ଲା ସଂଘ ତରଫରୁ ଏକ ଦାବୀ ଜଣାଇଥିଲେ । ସଭା ଶେଷରେ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘର ସଂପାଦକ ହରେ କୃଷ୍ଣ ରଥ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.