csstore

ତୁରେକେଲା ବ୍ଲକ ମିଳିତ ପ୍ରାଥମିକ ଶିକ୍ଷକ ସଂଘର ବୈଠକ

  • ମାର୍ଚ୍ଚ ୧୪ ତାରିଖ ସୁଦ୍ଧା ୩ ଦଫା ଦାବୀ ପୂରଣ ନ ହେଲେ ସମୁହ ଛୁଟି ନେବେ : ମିଳିତ ପ୍ରାଥମିକ ଶିକ୍ଷକ ସଂଘ

କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକର ମିଳିତ ଶିକ୍ଷକ ମହାସଂଘର ଏକ ବୈଠକ ତୁରେକେଲାଠାରେ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ମିଳିତ ପ୍ରାଥମିକ ମହାସଂଘର ନିର୍ଦ୍ଦେଶ କ୍ରମେ ବ୍ଲକ ସଭାପତି ଅମରେନ୍ଦ୍ର ବାଗଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ହୋଇଥିଲା । ଏହି ବୈଠକରେ ରାଜ୍ୟ ସରକାରଙ୍କୁ ୩ ଦଫା ଦାବୀ ପୂରଣ ନେଇ ପୂର୍ବରୁ ସରକାରଙ୍କଠାରେ ଦାବୀ ଉପସ୍ଥାପନ କରାଯାଇଥିଲା । ଉକ୍ତ ୩ ଦଫା ଦାବୀ ମାର୍ଚ୍ଚ ୧୪ ତାରିଖ ସୁଦ୍ଧା ପୂରଣ ନ ହେଲେ ମହାସଂଘର ୧୫ ତାରିଖରେ ହେବାକୁ ଥିବା ମହାରାଲିରେ ସମୁହ ଛୁଟି ନେଇ ଆନ୍ଦୋଳନରେ ସାମିଲ ହେବେ ବୋଲି ସୂଚନା ଦିଆଯାଇଛି । ଏହି ବୈଠକରେ ବ୍ଲକର ଏନପିଏସ, ଜେଟି ଓ ଜେଟିସି ଶିକ୍ଷକ ସଂଘର ସମସ୍ତ ଶିକ୍ଷକ ତଥା ସଂପାଦକ ଅର୍ଜୁନ ଧରୁଆ, କାର୍ୟ୍ୟକାରୀ ସଭାପତି ବିଜୟ ତାଣ୍ଡି, ସହ ସଂପାଦକ ଜେନାରାମ ମାହାର, ପିଂଟୁ ମାଝି, ଭବାନୀ ଶଙ୍କର ବେହେରା, ପୂର୍ଣ୍ଣଚନ୍ଦ୍ର ସତ୍ୟପ୍ରକାଶ ସାହୁ, ଅର୍ଜୁନ ମାଝି ସହ ଅନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ସାମିଲ ଥିଲେ ।

jayashree
Leave A Reply

Your email address will not be published.