csstore

ଡେଲାଙ୍ଗରେ ୧୧୮୬ ଜଣ ହେଲେ ମାଟ୍ରିକ ପରୀକ୍ଷା, ୩୫ ଅନୁପସ୍ଥିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଓଡିଶା ମାଧ୍ୟମିକ ଶିକ୍ଷା ପକ୍ଷରୁ ଆଜି ସାରା ଓଡ଼ିଶାରେ ମାଟ୍ରିକ ସମ୍ମେଟିଭ୍ ଆସେସ୍‌ମେଣ୍ଟ -୨ ପରୀକ୍ଷା ଆରମ୍ଭ ହୋଇଛି । ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକରେ ମୋଟ ଆଠଟି କେନ୍ଦ୍ର ରାଧାକାନ୍ତ ବିଦ୍ୟାପୀଠ, ଡେଲାଙ୍ଗ ଷ୍ଟେସନ୍ ବଜାର୍, ସରକାରୀ ଉଚ୍ଚ ବିଦ୍ୟାଳୟ ବେରବୋଇ, ସରକାରୀ ସଂଯୁକ୍ତ ବାଳିକା ଉଚ୍ଚ ବିଦ୍ୟାଳୟ, ଡେଲାଙ୍ଗ, ମହତାବ ଉଚ୍ଚ ବିଦ୍ୟାଳୟ, ଡେଲାଙ୍ଗ, କଲ୍ୟାଣପୁର ଉଚ୍ଚ ବିଦ୍ୟାଳୟ, ବିଶ୍ଵନାଥ ଦେବ ସଂଯୁକ୍ତ ଉଚ୍ଚ ବିଦ୍ୟାଳୟ, ଗଡମୋଟରି, ଘୋରଡିଆ ନୋଡାଲ୍ ଉଚ୍ଚ ବିଦ୍ୟାଳୟ, ସୋମନାଥ ଦେବ ଉଚ୍ଚ ବିଦ୍ୟାଳୟ ହରିରାଜପୁରରେ ମୋଟ ୧୨୨୧ ପିଲାଙ୍କ‌ ମଧ୍ୟରୁ ୧୧୮୬ ପିଲା ପରୀକ୍ଷା ଦେଉଥିବା ବେଳେ ୩୫ପିଲା ଅନୁପସ୍ଥିତ ଅଛନ୍ତି । ସରକାରୀ ସଂଯୁକ୍ତ ଉଚ୍ଚ ବାଳିକା ବିଦ୍ୟାଳୟ ଡେଲାଙ୍ଗ ନୋଡାଲ ସେଣ୍ଟର (ପ୍ରଶ୍ନପତ୍ର ଭଣ୍ଡାର)ରୁ ଛଅଟି କେନ୍ଦ୍ରକୁ ପ୍ରଶ୍ନପତ୍ର ଯୋଗାଇ ଦିଆଯାଉଥିବା ବେଳେ କଲ୍ୟାଣପୁର ଉଚ୍ଚ ବିଦ୍ୟାଳୟକୁ କଣାସରୁ ଓ ସୋମନାଥ ଦେବ ଉଚ୍ଚ ବିଦ୍ୟାଳୟ ହରିରାଜପୁରକୁ ପିପିଲି କେନ୍ଦ୍ରରୁ ପ୍ରଶ୍ନପତ୍ର ଯୋଗାଇ ଦିଆଯାଇଛି ।ଡେଲାଙ୍ଗ ମଣ୍ଡଳ ସହ ଶିକ୍ଷା ଅଧିକାରୀ ଲକ୍ଷ୍ମଣ ପ୍ରଧାନଙ୍କ ଠାରୁ ପ୍ରକାଶ ।

jayashree
Leave A Reply

Your email address will not be published.