oom

କପିଲାଭଟା ହାଇସ୍କୁଲଠାରେ ବଙ୍ଗୋମୁଣ୍ଡା ବ୍ଲକ ଓଷ୍ଟା ଶିକ୍ଷକ ସଂଘର ବୈଠକ

jsmm

ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ କପିଲାଭଟା ଗ୍ରାମ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ପରିସରରେ ଆଜି ବଙ୍ଗୋମୁଣ୍ଡା ବ୍ଲକ ଓଷ୍ଟା ଶିକ୍ଷକ ସଂଘର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ଜଗତର ନାଥ ଜଗନ୍ନାଥଙ୍କ ଫଟୋଚିତ୍ରରେ ପୂଜାର୍ଚ୍ଚନା କରାଯିବା ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ଆୟୋଜିତ କାର୍ଯ୍ୟକ୍ରମରେ ବଙ୍ଗୋମୁଣ୍ଡା ବ୍ଲକ ଓଷ୍ଟା ଶିକ୍ଷକ ସଂଘର ବ୍ଲକ ସଭାପତି ଅରୁଣ କୁମାର ବାରିକଙ୍କ ଅଧ୍ୟକ୍ଷତାରେ ଓଷ୍ଟାର ବ୍ଲକ ସମ୍ପାଦକ ରସାନନ୍ଦ ମହାପାତ୍ର, ନୋଡାଲ ପ୍ରଧାନ ଶିକ୍ଷକ ହୃଦୟବାନ ଛତ୍ରିଆ, ଜିଲ୍ଲା ସଂଯୋଜକ ସମ୍ପାଦକ ଲୋକନାଥ ମେହେର, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପଙ୍କଜ ମେହେର ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । ସଂଗଠନକୁ କିପରି ଭାବେ ମଜବୁତ କରାଯାଇପାରିବ ଓ ଏନପିଏସ ଉଚ୍ଛେଦ ସହ ଶିକ୍ଷକମାନଙ୍କର ବିଭିନ୍ନ ସମସ୍ୟା ସମ୍ପର୍କରେ ବିସ୍ତୁତ ଭାବେ ଆଲୋଚନା କରାଯାଇଥିଲା । ଏହି ଅବସରରେ ଅବସର ଗ୍ରହଣ କରିଥିବା ବିରିପାଲି ହାଇସ୍କୁଲର ସଂସ୍କୃତ ଶିକ୍ଷକ ରତିକାନ୍ତ ପାଣିଗ୍ରାହୀ, ଜାମଖୁଣ୍ଟା ହାଇସ୍କୁଲର କ୍ରୀଡା ଶିକ୍ଷକ ଆବେଦ ଦାନୀ, ପିଅନ ବିଶ୍ୱକର୍ମା ରଣାଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ । ବେଲପଡା ହାଇସ୍କୁଲର ସହକାରୀ ଶିକ୍ଷକ ସମର କୁମାର ଜେନା ସଭା ସଂଯୋଜନା କରିଥିଲେ । ଏଥିରେ ବଙ୍ଗୋମୁଣ୍ଡା ବ୍ଲକର ବିଭିନ୍ନ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀମାନେ ସହଯୋଗ କରିଥିଲେ । ଶେଷରେ ଅଲଣ୍ଡା ରାଜୀବ ଗାନ୍ଧୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁଧାଂଶୁ ଶେଖର ରାଉତରାୟ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.