pakka

ପଶ୍ଚିମ ଓଡିଶା ମହିଳା ସଂଗଠନ ତରଫରୁ ଟ୍ରାଇସାଇକେଲ ଓ ବସ୍ତ୍ର ବଣ୍ଟନ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ସଇଁନ୍ତଲା ବ୍ଲକ ବଡମାଲ ସ୍ଥିତ ସାଇବାବା କୁଷ୍ଠାଶ୍ରମଠାରେ ପଶ୍ଚିମ ଓଡିଶା ମହିଳା ସଂଗଠନ ତରଫରୁ ୭ ଜଣଙ୍କୁ ଟ୍ରାଇସାଇକେଲ ପ୍ରଦାନ କରାଯାଇଛି । ବଲାଙ୍ଗିର ସ୍ଥିତ ନିରତାରର ନିର୍ଦ୍ଦେଶକ ସୂର୍ଯ୍ୟମଣି ପ୍ରସାଦ, ଅର୍ଥୋଟିଷ୍ଟ ସୁରେନ୍ଦ୍ର କୁମାର ଭୋଇଙ୍କ ସହଯୋଗରେ ନିରତାର ତରଫରୁ ଟ୍ରାଇସାଇକେଲ ଯୋଗାଇ ଦିଆଯାଇଥିଲା । ଡିଏସ୍‌ଏସ୍‌ଓ ନବ କୁମାର ସାହୁ ମଧ୍ୟ ସହଯୋଗ କରିଥିଲେ । କୁଷ୍ଠାଶ୍ରମର ସମସ୍ତ ଅଧିବାସୀଙ୍କୁ ନୂତନ ବସ୍ତ୍ର ପ୍ରଦାନ କରାଯାଇଥିଲା । ଏହି କୁଷ୍ଠାଶ୍ରମର ସମସ୍ତ ମୌଳିକ ଅସୁବିଧା ପୂରଣ ସହିତ ଆଗାମୀ ଦିନରେ ଏହାକୁ ଏକ ଆଦର୍ଶ କଲୋନୀରେ ପରିଣତ କରିବାକୁ ପଶ୍ଚିମ ଓଡିଶା ମହିଳା ସଂଗଠନ ଲଢେଇ ଜାରି ରଖିବ ବୋଲି ମତ ପ୍ରକାଶ ପାଇଛି ।

Leave A Reply

Your email address will not be published.

sixteen − 7 =