ରାଉରକେଲା, (ସସ୍ମିତା ପ୍ରଧାନ) : ଯୁବ ହଷ୍ଟେଲ ରାଉରକେଲାର ପ୍ରତିଷ୍ଠାତା ସମାଜସେବୀ ବସନ୍ତ ମଲ୍ଲିକଙ୍କ ଚତୁର୍ଥ ଶ୍ରାଦ୍ଧବାର୍ଷିକୀ ଉପଲକ୍ଷେ ଏକ ଶ୍ରଦ୍ଧାଞ୍ଜଳି ସଭା ସେକ୍ଟର ୩ ସ୍ଥିତ ମାନବ ସେବା ସଦନ ଠାରେ ଅନୁଷ୍ଠିତ ହୋଇଯାଇଛି । ଯୁବ ହଷ୍ଟେଲ ରାଉରକେଲାର ଉପସଭାପତି ତଥା ଷ୍ଟିଲ ଟାଉନସିପର ସିଜିଏମ ପ୍ରତାପ କୁମାର ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଯୁବ ହଷ୍ଟେଲର ରାଜ୍ୟ ଉପସଭାପତି ଗଣେଶ ବାଗାଡିଆ ଓ ଅନ୍ୟମାନେ ସ୍ବର୍ଗତ ମଲ୍ଲିକଙ୍କ ସ୍ମୃତିଚାରଣ ସହ ତାଙ୍କର ଅନୁଷ୍ଠାନ ପ୍ରତି ଅବଦାନକୁ ମନେ ପକାଇଥିଲେ । ସମାଜସେବାକୁ ଗୁରୁତ୍ବ ଦେଉଥିବା ସ୍ବର୍ଗତ ମଲ୍ଲିକଙ୍କ ଅପୂର୍ଣ୍ଣ ଥିବା କାର୍ଯ୍ୟକୁ ସଂପୂର୍ଣ୍ଣ କରିବା ସହ ସଭ୍ୟଙ୍କ ମଧ୍ୟରେ ସମନ୍ବୟ ଉପରେ ଗୁରୁତ୍ବାରୋପ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସର୍ବଶ୍ରୀ ଡଃ ଶକ୍ତିପ୍ରସାଦ ସାମନ୍ତରାୟ, ଏସ କେ ରାୟ, ନିରଞ୍ଜନ ସାମଲ, ନିରଞ୍ଜନ ବେହେରା, ସଚ୍ଚିଦାନନ୍ଦ ଲେଙ୍କା, ସରୋଜ ପଟ୍ଟନାୟକ, ସମରକାନ୍ତ ମଲ୍ଲିକ, ସୁଚିତ୍ରା ମଲ୍ଲିକ, ଲୁଶି ଦାଶ, ପି ପ୍ରଫୁଲ୍ଲ ପାତ୍ର, ମୀନାକ୍ଷୀ ପାଢୀ, ସଲିଳ ସାହୁ, ପି ସି ମିଶ୍ର, ସୁରେଶ ମାଝୀ, ଏସ କେ ଅଧିକାରୀ, ନୀଳମଣି ମହାପାତ୍ର, ଅନୁପମ ଗୁପ୍ତା, ମମତା ସାମଲ, ଅମିତାଭ ଠାକୁର, ରାଜେଶ ଅଗ୍ରୱାଲ, ଶ୍ରୀମା ଦାଶ, ବି ବି ମହାନ୍ତି, ପି ସି ନାୟକ, ଟୁନା ମହାନ୍ତି, ପାୟଲ ବାସୁ, ବିଶାଲ, ସୁନନ୍ଦା ସାମଲ, ସାଜି, କନିଷ୍ଠ ବସନ୍ତ ମଲ୍ଲିକ ପ୍ରମୁଖ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଜଣାଇଥିବା ବେଳେ ସ୍ବର୍ଗତ ମଲ୍ଲିକଙ୍କ କନ୍ୟା ସାଗରିକା ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ ।
Prev Post