csstore

ପଶୁ ପକ୍ଷୀମାନଙ୍କୁ ସୁରକ୍ଷିତ ରଖିବା ପାଇଁ ସଚେତନତା କାର୍ଯ୍ୟକ୍ରମ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା କଣାସ ବ୍ଲକ ଅନ୍ତର୍ଗତ ଦୟାବିହାର ସ୍ଥିତ ଏନ୍‌ଏସ୍‌ପି ଠାରେ ପଶୁ ପକ୍ଷୀମାନଙ୍କୁ ସୁରକ୍ଷିତ ରଖିବା ପାଇଁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରାଣୀମାନଙ୍କୁ ଯେଉଁଭଳି ନିଷ୍ଠୁର ଭାବରେ ହତ୍ୟା କରାଯାଉଛି ସେମାନଙ୍କୁ କିପରି ଭାବରେ ସୁରକ୍ଷା ଦିଆଯିବ ତାହା ଉପରେ ସମସ୍ତେ ଦୃଷ୍ଟି ଦେବା ପାଇଁ ଆହ୍ୱାନ ଦେଇଥିଲେ । ଗାଈଗୋରୁଙ୍କୁ ଯେଉଁଭଳି ଭାବରେ ଚାଲାଣ, ପଶୁ ପକ୍ଷୀମାନଙ୍କର ଅବଧି ଶିକାର କରାଯାଉଛି ତାହା ବନ୍ଦ ହେବା ଦରକାର । ସରକାରଙ୍କ ଆଇନ ଜୀବେ ନିଷ୍ଠୁରତା ନିରୋଧ ଆଇନ ସଚେତନତା ୧୯୬୦ ଧାରା ଅନୁଯାୟୀ ସେମାନଙ୍କୁ କେମିତି ସୁରକ୍ଷିତ ଏବଂ ନିର୍ଯ୍ୟାତନାରୁ ମୁକ୍ତ କରାଯିବ ଜନସାଧାରଣ ସଚେତନ ହେଲେ ପଶୁ ପକ୍ଷୀ ସୁରକ୍ଷିତ ରହିପାରିବେ । ପ୍ରତିବର୍ଷ ହଜାର ହଜାର ପଶୁ ପକ୍ଷୀମାନଙ୍କର ସଂଖ୍ୟା ହ୍ରାସ ପାଇବାରେ ଲାଗିଛି ବୋଲି ମତ ପ୍ରକାଶ ପାଇଛି । ମୁଖ୍ୟ ଅତିଥି ଭାବରେ କଣାସ ପଶୁ ଚିକିତ୍ସାର ଡ. ବିଶ୍ୱଭୂଷଣ ବେହେରା, କଣାସ ତହସିଲଦାର ସନ୍ତୋଷ କୁମାର ପାଣିଗ୍ରାହୀ, କଣାସ ଥାନା ସବଇନ୍ସପେକ୍ଟର ମଧୁସ୍ମିତା ବଳ, ଡ. ଅନୁଗତ ଜେନା, ନିହାର ରଞ୍ଜନ ମାନସିଂହ କାର୍ଯ୍ୟକ୍ରମରେ ଯୋଗ ଦେଇ ସଚେତନତା ବାର୍ତ୍ତା ବହନ କରିଥିଲେ ।

jayashree
Leave A Reply

Your email address will not be published.